ପୋଷା କୁକୁର ପାଇଁ ଜୀବନ ହାରିଲେ ମା’ ଓ ଝିଅ

ବେଙ୍ଗାଲୁରୁ: ସାମ୍ନାକୁ ଆସିଛି ଗୋଟିଏ ଅଭାବନୀୟ ଘଟଣା। ପୋଷା କୁକୁର ପାଇଁ ମା’ ଓ ଝିଅ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି। କୁକୁର ଯୋଗୁ ମହିଳା ଜଣଙ୍କ ଆଲର୍ଜି ଭଳି ସାଂଘାତିକ ରୋଗରେ ପୀଡ଼ିତ ଥିଲେ। ତଥାପି ତାଙ୍କ ଶାଶୁ ଘର ଲୋକ ଏଥିପ୍ରତି ନିଘା ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି। ଜୀବନ ହରାଇଥିବା ମହିଳା ଜଣଙ୍କ ହେଲେ ୩୬ ବର୍ଷୀୟ ଦିବ୍ୟା ଆର ଓ ତାଙ୍କ ଝିଅ ହୃଦୟା। ତାଙ୍କ ବୟସ ୧୩ […]

dog

dog

Hemant Lenka
  • Published: Thursday, 15 September 2022
  • Updated: 15 September 2022, 07:48 AM IST

Sports

Latest News

ବେଙ୍ଗାଲୁରୁ: ସାମ୍ନାକୁ ଆସିଛି ଗୋଟିଏ ଅଭାବନୀୟ ଘଟଣା। ପୋଷା କୁକୁର ପାଇଁ ମା’ ଓ ଝିଅ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି। କୁକୁର ଯୋଗୁ ମହିଳା ଜଣଙ୍କ ଆଲର୍ଜି ଭଳି ସାଂଘାତିକ ରୋଗରେ ପୀଡ଼ିତ ଥିଲେ। ତଥାପି ତାଙ୍କ ଶାଶୁ ଘର ଲୋକ ଏଥିପ୍ରତି ନିଘା ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି। ଜୀବନ ହରାଇଥିବା ମହିଳା ଜଣଙ୍କ ହେଲେ ୩୬ ବର୍ଷୀୟ ଦିବ୍ୟା ଆର ଓ ତାଙ୍କ ଝିଅ ହୃଦୟା। ତାଙ୍କ ବୟସ ୧୩ ଓ ସେ ୬ଷ୍ଠ ଶ୍ରେଣୀରେ ପାଠପଢ଼ୁଥିଲେ। ପୂର୍ବ ବେଙ୍ଗାଲୁରୁର ବଂଶୱାଡି ସ୍ଥିତ ଏଚବିଆର ଲେୟାଆଉଟରେ ଏପରି ଘଟଣା ଘଟିଛି।

ଗୋବିନ୍ଦପୁରା ପୁଲିସ୍‌ ଦିବ୍ୟାଙ୍କ ସ୍ୱାମୀ ଶ୍ରୀନିବାସ, ଶାଶୁ ବସନ୍ତା ଓ ଶ୍ୱଶୁର ଜନାର୍ଦ୍ଦନଙ୍କ ନାଁରେ ଆଇପିସିର ଧାରା ୩୦୬ରେ ମାମଲା ରୁଜୁ କରିଛି। ମଙ୍ଗଳବାର ଦିବ୍ୟାଙ୍କ ସ୍ୱାମୀ ଶ୍ରୀନିବାସଙ୍କୁ ପୁଲିସ୍‌ ଗିରଫ କରିଛି। ଦିବ୍ୟାଙ୍କ ବାପା ରମନ ଏମକେ ହିଁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ରେ ଦ୍ୱାରସ୍ଥ ହୋଇଥିଲେ।

ପୁଲିସ୍‌ କହିଛି, ଦିବ୍ୟା ୨୦୦୮ ମସିହାରେ ଶ୍ରୀନିବାସଙ୍କୁ ବିବାହ କରିଥିଲେ। ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ରହୁଥିବା ଦିବ୍ୟା ବିଗତ କିଛି ବର୍ଷ ହେଲା ଶ୍ୱାସଜନିତ ରୋଗରେ ପୀଡ଼ିତ ଥିଲେ। ଏହାବାଦ ତାଙ୍କର ଚର୍ମ ଆଲର୍ଜି ମଧ୍ୟ ରହିଥିଲା।

ନିକଟରେ ଜଣେ ଡାକ୍ତର ତାଙ୍କୁ ସ୍ୱାସ୍ଥ୍ୟଗତ କାରଣ ପାଇଁ କୁକୁରମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଯଦି ସେ କୁକୁରମାନଙ୍କ ଠାରୁ ଦୂରେଇ ନ ରହିବେ, ତା’ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ନାହିଁ।

ଏ ସମ୍ପର୍କରେ ଦିବ୍ୟା ତାଙ୍କ ସ୍ୱାମୀ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ ସେମାନଙ୍କ ଘରେ ରହିଥିବା ପୋଷା କୁକୁରକୁ ଅନ୍ୟକୁ ଦେଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଦିବ୍ୟାଙ୍କ କଥାରେ ରାଜି ହୋଇ ନଥିଲେ। ପୋଷା କୁକୁର ନୁହେଁ ବରଂ ବୁଲା କୁକୁର ଯୋଗୁ ଏପରି ଘଟଣା ଘଟୁଥିବା ପରିବାର ଲୋକ ଦିବ୍ୟାଙ୍କୁ କହିଥିଲେ।

ଦିବ୍ୟାଙ୍କ ବାପା କହିଛନ୍ତି, “ମୋ ଝିଅ ତା’ ଶାଶୁ ଘର ଲୋକଙ୍କୁ କହିଥିଲା ଯେ ସେମାନେ ଯଦି ପୋଷା କୁକୁରକୁ ଘରେ ରଖିବେ, ତା’ହେଲେ ସେ ଓ ଆଉ ତା’ ଝିଅ ଆତ୍ମହତ୍ୟା କରିନେବେ। ତଥାପି ସେମାନେ ମୋ ଝିଅର ସ୍ୱାସ୍ଥ୍ୟ ଅପେକ୍ଷା କୁକୁରକୁ ଘରେ ରଖିବାକୁ ଜିଦ କରିଥିଲେ। ସେମାନେ ବାରମ୍ବାର ତା’କୁ ନିର୍ଯାତନା ଦେବାରୁ ମୋ ଝିଅ ଓ ନାତୁଣୀର ଜୀବନ ଯାଇଛି।”

ସୋମବାର ସକାଳ ୭.୩୦ ଯାଏ ଦିବ୍ୟା ଓ ତାଙ୍କ ଝିଅ ନିଜ ରୁମରୁ ବାହରକୁ ଆସି ନଥିଲେ। ଏହି ସମୟରେ ଶ୍ରୀନିବାସ ଉଭୟ ଘର ଭିତରେ ଫ୍ୟାନରେ କପଡ଼ା ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଘର ଭିତରୁ କୌଣସି ସୁଇସାଇଡ ନୋଟ ଜବତ କରିନି। କେବଳ ଦିବ୍ୟାଙ୍କ ବାପାଙ୍କ ଅଭିଯୋଗକ୍ରମେ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story