ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନିଜେସନର ମୁଖ୍ୟ ଡାକ୍ତର ଏନକେ ଆରୋରା କହିଛନ୍ତି ଯେ ଜାଇଡସ କ୍ୟାଡିଲା ଟିକାର କ୍ଲିନିକାଲ ଟ୍ରାଏଲ ପରୀକ୍ଷା ପ୍ରାୟ ଶେଷ ହୋଇଛି। ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସରେ ୧୨-୧୮ ବର୍ଷ ବୟସର ପିଲାଙ୍କୁ ଏହି ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହାପୂର୍ବରୁ ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ରେ କହିଛନ୍ତି ଯେ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ୍ କ୍ୟାଡିଲା ଦ୍ୱାରା ତିଆରି ହୋଇଥିବା ଏହି ଟିକା ଖୁବ୍ ଶୀଘ୍ର ୧୨-୧୮ ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ ହେବ।
ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ କରିଛି ଜାଣିବାକୁ ପାଇଛି ଯେ ତୃତୀୟ ଲହର ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ ଆମର ୬-୮ ମାସ ଅଛି। ଆଗାମୀ ଦିନରେ, ଆମେ ପ୍ରତିଦିନ ୧ କୋଟି ଡୋଜ ଦେବାକୁ ଲକ୍ଷ୍ୟ ରଖିଛୁ।
ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ନୋଭାଭାକ୍ସର ପ୍ରୋଟିନ୍ ଆଧାରିତ ଟିକା କୋଭୋଭାକ୍ସ ତିଆରି ଆରମ୍ଭ କରିଛି। କମ୍ପାନୀ ଜୁଲାଇରୁ ପିଲାମାନଙ୍କ ପାଇଁ ନୋଭାକ୍ସର କ୍ଲିନିକାଲ୍ ପରୀକ୍ଷା ମଧ୍ୟ ଆରମ୍ଭ କରିବ। ନିକଟରେ କ୍ଲିନିକାଲ ଟ୍ରାଏଲ -୩ ପରୀକ୍ଷଣରେ, କୋଭୋଭାକ୍ସର ସଫଳ ହାର ୯୦% ରହିଛି।
ଆମେରିକାନ୍ ପ୍ୟାଟେଣ୍ଟରେ ତିଆରି ହୋଇଥିବା ଏହି ଟାକ କୋଭିଡରେ ସଂକ୍ରମିତ ମଧ୍ୟମ ଏବଂ ଗୁରୁତରଙ୍କ କ୍ଷେତ୍ରରେ ଏହା ଡବଲ ଜୋଜ ଶତ ପ୍ରତିଶତ ସୁରକ୍ଷା ପ୍ରଦାନ କରିବ ବୋଲି କୁହାଯାଉଛି। ସେରନ ଦ୍ୱାରା ହୋଇଥିବା କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାୟରେ ୯୨୦ ଏବଂ ତୃତୀୟ ପର୍ଯ୍ୟାୟରେ ୪୬୦ ପିଲାଙ୍କୁ ଟିକା ଦିଆଯାଇଥିଲା। ଏମାନଙ୍କ ବୟସ ୧୨-୧୭ ବର୍ଷ ଏବଂ ୨-୧୧ ବୟସ ବର୍ଗରେ ବୋଲି ଜଣାପଡ଼ିଛି।
ସେହିପରି ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକରେ ଦୁଇଟି ଟିକା ମଧ୍ୟ କୋଭାକ୍ସିନ ଏବଂ BBV154 ନାମକ ଏକ ନାଜାଲ ଟିକା ଉପରେ ପରୀକ୍ଷା ଚାଲିଛି। ଅନ୍ୟପଟେ ଆମେରିକାର ପିଫାଇଜର ଏବଂ ମୋଡର୍ନାକୁ ଆଇନଗତ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସରକାର ବିଚାର କରୁଛନ୍ତି। ପିଫାଇଜର ଘୋଷଣା କରିଛି ଯେ ଏହାର ଟିକା ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ନିରାପଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।