ବାଲାକୋଟରେ କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍? ବାୟୁସେନା ଜାରି କଲା ପ୍ରମୋଶନାଲ ଭିଡ଼ିଓ

ନୂଆଦିଲ୍ଲୀ: ଚଳିତବର୍ଷ ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଜବାବ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ଏୟାର ଷ୍ଟ୍ରାଇକ୍ କରି ନେଇଥିଲା। ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଉପରେ ଆକ୍ରମଣ କରି ଭାରତ କଡ଼ା ଜବାବ ଦେଇଥିଲା। ଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ ମାସ ପରେ ଆଜି ଶେୟାର କରିଛି। ଆଗକୁ […]

balakote air strike

balakote air strike

Subhransu Sekhar
  • Published: Friday, 04 October 2019
  • Updated: 04 October 2019, 01:47 PM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଜବାବ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ଏୟାର ଷ୍ଟ୍ରାଇକ୍ କରି ନେଇଥିଲା। ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଉପରେ ଆକ୍ରମଣ କରି ଭାରତ କଡ଼ା ଜବାବ ଦେଇଥିଲା। ଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ ମାସ ପରେ ଆଜି ଶେୟାର କରିଛି। ଆଗକୁ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ରହିଛି। ଏହି ଅବସରରେ ଆଜି ବାୟୁସେନାର ନବ ନିଯୁକ୍ତ ମୁଖ୍ୟ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ଭଦୈାରିଆ ପ୍ରେସ କନଫରେନସ କରି ବାଲାକୋଟ ଆକ୍ରମଣର ଭିଡିଓ ଶେୟାର କରିଛନ୍ତି।

ଭିଡିଓ ଅନୁଯାୟୀ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ସ୍ଥିତ ଆତଙ୍କବାଦୀ କେନ୍ଦ୍ର ବାଲାକୋଟକୁ ଆକାଶ ମାର୍ଗରୁ ଟାର୍ଗେଟ କରି ଧ୍ୱଂସ କରିଦେଇଥିଲା। ଏହାପରେ ପାକିସ୍ତାନ ୨୭ ତାରିଖ ଦିନ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ଯବାନଙ୍କ ଆକ୍ରମଣାତ୍ମକ ସ୍ଥିତି ଦେଖି ଆତଙ୍କବାଦୀ ମାନେ ଦୌଡ଼ି ପଳାଇଥିଲେ ବୋଲି ଭିଡିଓରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୫ ଜଣ ଯବାନ ସହିଦ ହୋଇଥିଲେ। ଭାରତୀୟ ବାୟୁ ସେନା କଡ଼ା ଜବାବ ଦେବାକୁ ଯାଇ ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ କରି ଫେରି ଆସିଥିଲା। ଏହାପରେ ପାକିସ୍ତାନର ସେନା ଅଧିକାରୀ ହିଁ ପ୍ରଥମେ ଟୁଇଟ କରି ସୂଚନା ଦେଇଥିଲେ। ଏହାପରେ ଭାରତ ଏୟାର ଷ୍ଟ୍ରାଇକ୍ ବାବଦରେ ସ୍ପଷ୍ଚ କରିଥିଲା। ପାକିସ୍ତାନ କିନ୍ତୁ ଏୟାର ଷ୍ଟ୍ରାଇକ ହୋଇଥିବା ନେଇ ଏହାପରେ ମାନିଥିଲା। ହେଲେ ବିଭିନ୍ନ ପ୍ରସଙ୍ଗରେ ମତ ରଖିବାକୁ ଯାଇ ଭାରତ ପୁଣିଥରେ ବାଲାକୋଟ ଭଳି ଆକ୍ରମଣ କରିପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମେତ ଅନେକ ନେତା କହିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story