ଓସ୍କାର ପ୍ରତିଯୋଗିତାରେ ଭାଗ ନେବ ‘ନ୍ୟୁଟନ୍‌’

ମୁମ୍ବାଇ: ସମ୍ମାନଜନକ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ଏଣ୍ଟ୍ରି ହୋଇଛି ଫିଲ୍ମ ନ୍ୟୁଟନ୍‌। ବିଦେଶୀ ଫିଲ୍ମ ବର୍ଗରେ ଏହା ପ୍ରତିଦ୍ୱନ୍ଦ୍ୱିତା କରିବ। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫେଡେରେସନ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ରିଲିଜ ହୋଇଥିବା ଅନେକ ଫିଲ୍ମରୁ ଏହା ହେଉଛି ପ୍ରକୃତ ଅର୍ଥରେ ଏକମାତ୍ର ଭାରତୀୟ ଫିଲ୍ମ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜକୁମାର ରାଓ। ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଜଣେ ସଚ୍ଚୋଟ ସରକାରୀ କର୍ମଚାରୀର କାହାଣୀ […]

Newton

Rakesh Mallick
  • Published: Friday, 22 September 2017
  • , Updated: 23 September 2017, 11:34 AM IST

ମୁମ୍ବାଇ: ସମ୍ମାନଜନକ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ଏଣ୍ଟ୍ରି ହୋଇଛି ଫିଲ୍ମ ନ୍ୟୁଟନ୍‌। ବିଦେଶୀ ଫିଲ୍ମ ବର୍ଗରେ ଏହା ପ୍ରତିଦ୍ୱନ୍ଦ୍ୱିତା କରିବ। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଫେଡେରେସନ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ରିଲିଜ ହୋଇଥିବା ଅନେକ ଫିଲ୍ମରୁ ଏହା ହେଉଛି ପ୍ରକୃତ ଅର୍ଥରେ ଏକମାତ୍ର ଭାରତୀୟ ଫିଲ୍ମ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜକୁମାର ରାଓ। ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଜଣେ ସଚ୍ଚୋଟ ସରକାରୀ କର୍ମଚାରୀର କାହାଣୀ ଏଥିରେ ରହିଛି। ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ମାଓବାଦୀ ପ୍ରବଣ ଅଞ୍ଚଳରେ କିପରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସେ ନିର୍ବାଚନ ଡ୍ୟୁଟି ନିର୍ବାହ କରୁଛନ୍ତି ତାହା ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।

Related story