ଫୁସଫୁସ ନଷ୍ଟ କରିଦେଇଥିଲା କରୋନା, ବଞ୍ଚାଇ ଦେଲେ ଭରତ

ଚିକାଗୋ: ମହାମାରୀ କରୋନା ଭାଇରସ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲା। ସେ ଆଉ ବଞ୍ଚିବେନି ବୋଲି ସମସ୍ତେ ଆଶଙ୍କା କରିଥିଲେ। ହେଲେ ଭାରତୀୟ ବଂଶୋଦ୍ଭବ ଆମେରିକା ଡାକ୍ତର ଅଙ୍କିତ ଭାରତ ଭଗନବାନ ସାଜି ଯୁବତୀଙ୍କ ପାଖକୁ ଆସିଥିଲେ। ପ୍ରଥମଥର ପାଇଁ ଆମେରିକାରେ ଫୁସଫୁସ ପ୍ରତିରୋପଣ ଅପରେସନ ଜରିଆରେ ସେ ସଫଳତାର ସହ ଯୁବତୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ମଧ୍ୟ ହୋଇଥିଲେ। ଆମେରିକାରେ ମହାମାରୀ କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା […]

s

s

Hemant Lenka
  • Published: Thursday, 11 June 2020
  • Updated: 11 June 2020, 08:42 PM IST

Sports

Latest News

ଚିକାଗୋ: ମହାମାରୀ କରୋନା ଭାଇରସ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲା। ସେ ଆଉ ବଞ୍ଚିବେନି ବୋଲି ସମସ୍ତେ ଆଶଙ୍କା କରିଥିଲେ। ହେଲେ ଭାରତୀୟ ବଂଶୋଦ୍ଭବ ଆମେରିକା ଡାକ୍ତର ଅଙ୍କିତ ଭାରତ ଭଗନବାନ ସାଜି ଯୁବତୀଙ୍କ ପାଖକୁ ଆସିଥିଲେ।

ପ୍ରଥମଥର ପାଇଁ ଆମେରିକାରେ ଫୁସଫୁସ ପ୍ରତିରୋପଣ ଅପରେସନ ଜରିଆରେ ସେ ସଫଳତାର ସହ ଯୁବତୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ମଧ୍ୟ ହୋଇଥିଲେ। ଆମେରିକାରେ ମହାମାରୀ କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।

ହେଲେ ପ୍ରଥମଥର ପାଇଁ ଅଙ୍କିତ ଭରତ ଯୁବତୀଙ୍କୁ ମରଣ ମୁହଁରୁ ରକ୍ଷା କରି ଇତିହାସ ରଚିଛନ୍ତି। ଯୁବତୀ ଜଣଙ୍କ ୨ ମାସ ହେଲାଣି ଆଇସିୟୁରେ ଅଛନ୍ତି ଓ ଏବେ ଅପରେସନ ପରେ ସେ ଧୀରେଧୀରେ ସୁସ୍ଥ ହେବାରେ ଲାଗିଛନ୍ତି। ନର୍ଥୱେଷ୍ଟର୍ଣ୍ଣର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ଅପରେସନରରେ ସାମିଲ ଥିବା ଅଙ୍କିତ ଭରତ ଭାରତର ମୀରଟରେ ଜନ୍ମ ଗ୍ରହଣ କରିଥିଲେ। ତେବେ ସେ ଆମେରିକାରେ ଥୋରାସିସି ସର୍ଜରୀ ଓ ସର୍ଜିକାଲ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

[caption id="attachment_539102" align="aligncenter" width="872"] ଡାକ୍ତର ଅଙ୍କିତ ଭରତ[/caption]

ସେ କହିଛନ୍ତି, ସବଠାରୁ କଠିନ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିରୋପ ମୁଁ ମୋ ଜୀବନ ମଧ୍ୟରେ କରିଛି। ଏହା ସବୁଠାରୁ ଚ୍ୟାଲେଞ୍ଜିଂ କେସ ଥିଲା। କରୋନା ଭାଇରସ ରିସପେଟୋରୀ ସିଷ୍ଟମ ଉପରେ ହମଲା କରିଥାଏ। ଏହାବାଦ୍‌ କିଡ୍‌ନୀ, ହାର୍ଟ, ରକ୍ତଶୀରା ଓ ନ୍ୟୁରୋଲୋଜିକାଲ ସିଷ୍ଟମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।

କରୋନା ସଂକ୍ରମଣ ଯୋଗୁ ଯୁବତୀଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ବିନା ପ୍ରତିରୋପଣରେ ବଞ୍ଚିବା ଏକ ପ୍ରକାରର ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଶୁକ୍ରବାର ଆମେ ତାଙ୍କର ଅପରେସନ ଆରମ୍ଭ କରିଥିଲୁ। ତାଙ୍କର ଫୁସଫୁସ ନଷ୍ଟ ହୋଇଥିବାରୁ ହୃଦସ୍ପଦନ ମଧ୍ୟ ଠିକ ଭାବେ ହୋଇ ନଥିଲା।

ସେହିପରି ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ଅମ୍ଳଜାନ ଠିକ୍‌ ଭାବେ ପହଞ୍ଚି ପାରୁ ନଥିଲା। ତାଙ୍କୁ ମେକାନିକାଲ ଭେଣ୍ଟିଲେଟରରେ ରଖି ଅମ୍ଳଜାନ ଦିଆଯାଇଥିଲା। ଡାକ୍ତରମାନେ କ୍ରମାଗତ ଭାବେ ଫ୍ଲୁଇଡ୍‌ ଦେଇ ଫୁସଫୁସକୁ ଠିକ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ।

ଯୁବତୀଙ୍କର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଶେଷରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଦୁଇ ଦିନ ମଧ୍ୟରେ ଜଣେ ବ୍ରେନ ଡେଡ ବ୍ୟକ୍ତିଙ୍କ ଫୁସଫୁସ ଆମକୁ ମିଳିଥିଲା। ଫଳରେ ଆମେ ଏହାକୁ ଯୁବତୀଙ୍କ ଶରୀରରେ ପ୍ରତିରୋପଣ କରିଥିଲୁ। ଏବେ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ତାଙ୍କର କରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି ବୋଲି ଡାକ୍ତର ଅଙ୍କିତ ଭରତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story