ଓ୍ୱେଟିଂ ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରିବା ବେଆଇନ୍, ଜେଲ୍‌ ବି ଯାଇପାରନ୍ତି

ନୂଆଦିଲ୍ଲୀ: ଯଦି ଆପଣ ୱେଟିଂ ଟିକେଟ୍‌ରେ ଟ୍ରେନ୍‌ର ରିଜର୍‌ଭେସନ୍ ବଗିରେ ଯାତ୍ରା କରୁଛନ୍ତି, ତା’ହେଲେ ଏହା ବେଆଇନ୍। ଏପରି କଲେ ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି। କାରଣ ଭାରତୀୟ ରେଳ ବିଭାଗର ନିୟମ ଅନୁଯାୟୀ, କନ୍‌ଫର୍ମ ହୋଇ ନଥିବା ଟିକେଟ୍‌ରେ ଟ୍ରେନର୍ ରିଜର୍‌ଭେସନ୍ ବଗିରେ ଯାତ୍ରା କରିବା ବିନା ଟିକେଟର୍ ଯାତ୍ର କରିବା ସହିତ ସମାନ। ଧାରା ୫୫ରେ ଏହା ଉଲ୍ଲେଖ ରହିଛି। ଏମିତି ଯାତ୍ରା କରୁଥିଲେ ଟିଟିଆଇ ଆପଣଙ୍କଠାରୁ ଜୋରିମାନା ଆଦାୟ କରିବା ସହିତ ସହିତ […]

train

train

Subhransu Sekhar
  • Published: Saturday, 31 August 2019
  • Updated: 31 August 2019, 02:11 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣ ୱେଟିଂ ଟିକେଟ୍‌ରେ ଟ୍ରେନ୍‌ର ରିଜର୍‌ଭେସନ୍ ବଗିରେ ଯାତ୍ରା କରୁଛନ୍ତି, ତା’ହେଲେ ଏହା ବେଆଇନ୍। ଏପରି କଲେ ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି। କାରଣ ଭାରତୀୟ ରେଳ ବିଭାଗର ନିୟମ ଅନୁଯାୟୀ, କନ୍‌ଫର୍ମ ହୋଇ ନଥିବା ଟିକେଟ୍‌ରେ ଟ୍ରେନର୍ ରିଜର୍‌ଭେସନ୍ ବଗିରେ ଯାତ୍ରା କରିବା ବିନା ଟିକେଟର୍ ଯାତ୍ର କରିବା ସହିତ ସମାନ। ଧାରା ୫୫ରେ ଏହା ଉଲ୍ଲେଖ ରହିଛି।

ଏମିତି ଯାତ୍ରା କରୁଥିଲେ ଟିଟିଆଇ ଆପଣଙ୍କଠାରୁ ଜୋରିମାନା ଆଦାୟ କରିବା ସହିତ ସହିତ ବଗିରୁ ବାହାର କରି ଦେଇ ପାରିବେ। ଏଥିସହିତ ରେଲଓ୍ୱେ ଆଇନ୍ ୧୯୮୯ ଅନୁଯାୟୀ, ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି। ଧାରା ୧୩୭ ଅନୁଯାୟୀ ୬ ମାସ ପାଇଁ ଜେଲ୍ ସହିତ୍ ଜୋରିମାନା ଆଦାୟର ନିୟମ ରହିଛି। ତେବେ ଯଦି ୱେଟିଂ ଟିକେଟ୍ ରହିଛି, ତା’ହେଲେ ସାଧାରଣ ବଗିରେ ଚଢ଼ି ଯାତ୍ରା କରିପାରିବେ। ଏହା ଆଇନତଃ ଅପରାଧ ନୁହେଁ।

ଯଦି ଆପଣ ଆଇଆରଟିସିର ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍ ୱେଟିଂ ଟିକେଟ୍ କିଣିଥିବେ, ତା’ହେଲେ ଟିକେଟ୍ କନ୍‌ଫର୍ମ ନହେଲେ ଟିକେଟ୍ ପଇସା ଆପଣଙ୍କ ଆକାଉଣ୍ଟକୁ ଅଟୋମେଟିକ୍ ଫେରିଯିବ। କିନ୍ତୁ ଟିକେଟ୍ କାଉଣ୍ଟରରୁ ୱେଟିଂ ଟିକେଟ୍ କିଣିଥିଲେ ଅଟୋମେଟିକ୍ ଆକାଉଣ୍ଟକୁ ପଇସା ଫେରିବ ନାହିଁ। ସେଥିପାଇଁ ପୁଣି ଥରେ କାଉଣ୍ଟରକୁ ଯିବା ପାଇଁ ପଡ଼ିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos