‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ତା’ଠାରୁ ବେଶ ଦ୍ରୁତଗତିରେ ଆରୋଗ୍ୟଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୫୯ ଲକ୍ଷ ଲୋକଙ୍କ ମଧ୍ୟରୁ ୪୮,୪୯,୫୮୫ ଜଣ ସୁସ୍ଥ ହୋଇ ସାରିଲେଣି। ଦେଶରେ ଆରୋଗ୍ୟ ହାର ୮୨%ରେ ପହଞ୍ଚି ଯାଇଛି। ଦେଶରେ କରୋନା ଜନିତ ମୃତ୍ୟୁହାର ୧.୬%ରୁ କମ୍‌ ରହିଥିଲେ ହେଁ ଏଯାଏ ଦେଶରେ ଏହି ପ୍ରାଣଘାତୀ ଭାଇରସ ୯୩ ହଜାରରୁ ଅଧିକ ଲୋକଙ୍କ ଜୀବନ […]

v

v

Hemant Lenka
  • Published: Saturday, 26 September 2020
  • Updated: 26 September 2020, 02:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ତା’ଠାରୁ ବେଶ ଦ୍ରୁତଗତିରେ ଆରୋଗ୍ୟଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୫୯ ଲକ୍ଷ ଲୋକଙ୍କ ମଧ୍ୟରୁ ୪୮,୪୯,୫୮୫ ଜଣ ସୁସ୍ଥ ହୋଇ ସାରିଲେଣି।

ଦେଶରେ ଆରୋଗ୍ୟ ହାର ୮୨%ରେ ପହଞ୍ଚି ଯାଇଛି। ଦେଶରେ କରୋନା ଜନିତ ମୃତ୍ୟୁହାର ୧.୬%ରୁ କମ୍‌ ରହିଥିଲେ ହେଁ ଏଯାଏ ଦେଶରେ ଏହି ପ୍ରାଣଘାତୀ ଭାଇରସ ୯୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୮୫,୩୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯,୦୩,୯୩୩ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୧୦୮୯ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୯୩,୪୨୦ ଛୁଇଁଛି।

ତେବେ ଗୋଟିଏ ଦିନରେ ୯୩,୪୨୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଅର୍ଥାତ ଏଯାଏ ଦେଶରେ ମୋଟ ୪୮,୪୯,୫୮୫ ଜଣ ସୁସ୍ଥ ହେଲେଣି। ଏବେ ଭାରତରେ ଆକ୍ଟିଭ କେସ ସଂଖ୍ୟା ୯,୬୦,୯୬୯ ରହିଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ୨୫ ସୁଦ୍ଧା ଦେଶରେ ମୋଟ ୭,୦୨,୬୯,୯୭୫ ନମୁନା ପରୀକ୍ଷା କରାଗଲାଣି। କେବଳ ଗତକାଲି ୧୩,୪୧,୫୩୫ଟି ନମୁନା ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos