ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ମହାମାରୀ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ପ୍ରତିଦିନ ୫୦ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭାଇରସ ପଞ୍ଝାରେ ପଡ଼ୁଛନ୍ତି। ରବିବାର ୫୨ ହଜାରରୁ ଅଧିକ ପିଜିଟିଭ କେସ୍‌ ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାର କରି ଯାଇଛି। ସେହିପରି ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୮ ହଜାର ଡେଇଁଛି। ତେବେ ଦିନକରେ ରେକର୍ଡ ୪୦ ହଜାରରୁ […]

dr

dr

Hemant Lenka
  • Published: Monday, 03 August 2020
  • Updated: 03 August 2020, 01:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ମହାମାରୀ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ପ୍ରତିଦିନ ୫୦ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭାଇରସ ପଞ୍ଝାରେ ପଡ଼ୁଛନ୍ତି। ରବିବାର ୫୨ ହଜାରରୁ ଅଧିକ ପିଜିଟିଭ କେସ୍‌ ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାର କରି ଯାଇଛି। ସେହିପରି ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୮ ହଜାର ଡେଇଁଛି। ତେବେ ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ଲୋକ ସୁସ୍ଥ ହେବା ଲୋକଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ ୫୨,୯୭୨ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮,୦୩,୫୯୬ରେ ପହଞ୍ଚି ଯାଇଛି। ସେହିପରି କରୋନା ଗୋଟିଏ ଦିନରେ ୭୭୧ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୮,୧୩୫କୁ ବୃଦ୍ଧି ପାଇଛି।

ଗୋଟିଏ ଦିନରେ ରେକର୍ଡ ୪୦,୫୭୪ ଜଣ ସୁସ୍ଥ ହେବାରୁ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୮୬,୨୦୩ ହୋଇଯାଇଛି।
ଅନ୍ୟପକ୍ଷରେ ଏବେ ଦେଶରେ କରୋନା ଟେଷ୍ଟିଂ ସଂଖ୍ୟା ୨ କୋଟି ପାର କରିଛି। ଅଗଷ୍ଟରେ ସରକାର ଦୈନିକ ୧୦ ଲକ୍ଷ ଟେଷ୍ଟ କରିବେ ବୋଲି କହୁଥିଲେ ହେଁ ଗତକାଲି ମାତ୍ର ୩,୮୧,୦୨୭ଟି ନମୁନା ପରୀକ୍ଷା ହୋଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୨,୦୨,୦୨,୮୫୮ ନମୁନା ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos