ଇନ୍‌ଫୋସିସ୍‌ରୁ ଇସ୍ତଫା ଦେଲେ ସିଏଫ୍‌ଓ ଏମ୍‌ଡି ରଙ୍ଗନାଥ

ମୁମ୍ବାଇ: ଇନ୍‌ଫୋସିସ୍‌ର ମୁଖ୍ୟ ଫାଇନାନ୍‌ସିଆଲ୍‌ ଅଫିସର(ସିଏଫ୍‌ଓ) ଏମ୍‌ଡି ରଙ୍ଗନାଥ ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ କମ୍ପାନୀର ମ୍ୟାନେଜ୍‌ମେଣ୍ଟ ଗ୍ରହଣ ମଧ୍ୟ କରିନେଇଛି। ଦୀର୍ଘ ୧୮ ବର୍ଷ ହେଲା ଇନ୍‌ଫୋସିସ୍‌ର ବିଭିନ୍ନ ପଦପଦବୀରେ ରହିଥିବା ରଙ୍ଗନାଥଙ୍କୁ ୨୦୧୫ରେ ସିଏଫ୍‌ଓ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ସେ ହଠାତ୍‌ କାହିଁକି ଇସ୍ତଫା ଦେଲେ, ତା’ର କାରଣ ଜଣାପଡ଼ିନାହିଁ। ରଙ୍ଗନାଥଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ଥିଲେ ମଧ୍ୟ ସେ ନଭେମ୍ବର ୧୬ ଯାଏ ପୂର୍ବ ଭଳି କାର୍ଯ୍ୟ କରିବେ। ରଙ୍ଗନାଥଙ୍କ […]

aaaaaa

aaaaaa

Sampad Mahapatra
  • Published: Saturday, 18 August 2018
  • Updated: 18 August 2018, 02:50 PM IST

Sports

Latest News

ମୁମ୍ବାଇ: ଇନ୍‌ଫୋସିସ୍‌ର ମୁଖ୍ୟ ଫାଇନାନ୍‌ସିଆଲ୍‌ ଅଫିସର(ସିଏଫ୍‌ଓ) ଏମ୍‌ଡି ରଙ୍ଗନାଥ ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ କମ୍ପାନୀର ମ୍ୟାନେଜ୍‌ମେଣ୍ଟ ଗ୍ରହଣ ମଧ୍ୟ କରିନେଇଛି।

ଦୀର୍ଘ ୧୮ ବର୍ଷ ହେଲା ଇନ୍‌ଫୋସିସ୍‌ର ବିଭିନ୍ନ ପଦପଦବୀରେ ରହିଥିବା ରଙ୍ଗନାଥଙ୍କୁ ୨୦୧୫ରେ ସିଏଫ୍‌ଓ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ସେ ହଠାତ୍‌ କାହିଁକି ଇସ୍ତଫା ଦେଲେ, ତା’ର କାରଣ ଜଣାପଡ଼ିନାହିଁ।

ରଙ୍ଗନାଥଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ଥିଲେ ମଧ୍ୟ ସେ ନଭେମ୍ବର ୧୬ ଯାଏ ପୂର୍ବ ଭଳି କାର୍ଯ୍ୟ କରିବେ।

ରଙ୍ଗନାଥଙ୍କ ଇସ୍ତଫା ପରେ କମ୍ପାନୀ ପକ୍ଷରୁ ନୂଆ ସିଏଫ୍‌ଓ ଖୋଜା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଇସ୍ତଫା ସମ୍ପର୍କରେ ରଙ୍ଗନାଥଙ୍କ ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos