ଇରାକ ସେନା ଆକ୍ରମଣରେ ୨୫୦ରୁ ଅଧିକ ଆଇଏସ୍ ଆତଙ୍କୀ ମୃତ

ଲଣ୍ଡନ: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସର ୨୫୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଥିବା ନେଇ ଦାବି କରିଛି ଇରାକ ସେନା। ଗତ କିଛି ଦିନ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନର ୨୫୦ରୁ ଅଧିକ ସଦସ୍ୟଙ୍କୁ ମାରି ଦିଆଯାଇଛି ବୋଲି ଇରାକ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଅବଦୁଲ ଅମୀର ଅଲ ଶାମରୀ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଇରାକର ସ୍ଥଳ ଓ ବାୟୁସେନାର ମିଳିତ […]

isis

Rakesh Mallick
  • Published: Friday, 24 April 2015
  • , Updated: 04 May 2017, 03:45 PM IST

ଲଣ୍ଡନ: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସର ୨୫୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଥିବା ନେଇ ଦାବି କରିଛି ଇରାକ ସେନା। ଗତ କିଛି ଦିନ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନର ୨୫୦ରୁ ଅଧିକ ସଦସ୍ୟଙ୍କୁ ମାରି ଦିଆଯାଇଛି ବୋଲି ଇରାକ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଅବଦୁଲ ଅମୀର ଅଲ ଶାମରୀ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଇରାକର ସ୍ଥଳ ଓ ବାୟୁସେନାର ମିଳିତ ଆକ୍ରମଣରେ ଏହି ସଫଳତା ମିଳିଛି।

ଯଦି ଖବରଟି ସଠିକ ହୋଇଥାଏ, ତା’ହେଲେ ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସକୁ ନିଶ୍ଚିତ ବଡ଼ ଝଟ୍କା ଲାଗିଥିବ।

ସେହିପରି ଗତ ବୁଧବାରଠାରୁ ଆମେରିକା ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକ ଆଇଏସ ଉପରେ ୧୬ ଥର ଆକାଶମାର୍ଗରୁ ଆକ୍ରମଣ କରିଛନ୍ତି ବୋଲି ଜଣାପଡ଼ିଛି। ଇରାକ ଓ ସିରିଆରେ ଥିବା ଆଇଏସର ବିଭିନ୍ନ ଆଡ୍ଡା ଉପରେ ଏହି ଆକ୍ରମଣ କରିଥିଲା ଆମେରିକା ନେତୃତ୍ୱାଧୀନ ମିଳିତ ସେନା।

Related story