ୱାଶିଂଟନ୍: ଇରାକରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ମୁକାବିଲା କରିବା ପାଇଁ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ୨,୦୦୦ ଏଟି-୪ ଆଣ୍ଟି-ଟ୍ୟାଙ୍କ୍ ରେକଟ୍ ପଠାଇବ। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଷ୍ଟିଭ୍ ୱାରେନ କହିଛନ୍ତି ଯେ, ଆସନ୍ତା ସପ୍ତାହକ ମଧ୍ୟରେ ଏହି ଆଣ୍ଟି ଟ୍ୟାଙ୍କ ରକେଟଗୁଡ଼ିକ ଇରାକରେ ପହଞ୍ଚାଯିବ। ଏହି ୨୦୦୦ ଆଣ୍ଟି-ଟ୍ୟାଙ୍କ ରକେଟ ସହିତ ଆଇଏସର ମୁକାବିଲା ପାଇଁ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଖୁବଶୀଘ୍ର ପଠାଯିବ।
ଇରାକ ପ୍ରଧାନମନ୍ତ୍ରୀ ହୈଦର ଅଲ-ଆବାଦୀ ଗତ ଏପ୍ରିଲରେ ୱାଶିଂଟନ ଗସ୍ତରେ ଯାଇଥିବା ବେଳେ ୨,୦୦୦ ହେଲଫାୟାର ମିସାଇଲ, ୧୦,୦୦୦ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ହେଲମେଟ ଏବଂ ଅନ୍ୟାନ୍ୟ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ସହିତ ବହୁ ଗୋଳାବାରୁଦ ଦେବାକୁ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରଦୂଷଣ: ଜଜ୍ ଜାଣି ନାହାନ୍ତି ସୁପ୍ରିମକୋର୍ଟରେ ଚାଲିଛି ନିର୍ମାଣ କାମ
ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ଅପଡେଟ୍ ମାଗୁଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଖୋଦ ସୁପ୍ରିମକୋର୍ଟ ଭିତରେ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଲେ ଆଇନଜୀବୀ।
National
ସ୍ଥିତି ସାଂଘାତିକ: ସର୍ବୋଚ୍ଚ ସ୍ତରରେ ଦିଲ୍ଲୀ ପ୍ରଦୂଷଣ
ଚାରିଆଡ଼େ କେବଳ ଧୂଆଁମୟ ପରିବେଶ। ନିଃଶ୍ୱାସ ନେବା ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏପରି ସ୍ଥିତି ଯୋଗୁ ସମସ୍ତଙ୍କ ଚିନ୍ତା ବଢ଼ିଛି।
Politics
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଖି ଏମିତି କଲେ ବିଜେପି ସମର୍ଥକ, ନିଆରା ଜବାବର ଭିଡିଓ ଭାଇରାଲ୍
ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ।
National
କାହିଁକି ତରବରିଆ ଭାବେ ଆଉ ଜଣେ ଜାଟଙ୍କୁ ମନ୍ତ୍ରୀ କଲା ଆପ୍?
ଦିଲ୍ଲୀ ଭୋଟରେ ଜାଟ୍ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କରାଯାଇଛି।
National
ଚାପରେ ପଡ଼ି ବିଜେପିରେ ମିଶିଛନ୍ତି କି କୈଳାସ ଗେହଲଟ? ତାଙ୍କ ଉତ୍ତର, ନା
ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗେହଲଟ ବିଜେପିରେ ସାମିଲ ହେବା ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଭାବେ ଉଭା ହେବ ବୋଲି ଖଟ୍ଟର ଆଶା ପ୍ରକାଶ କରିଛନ୍ତି।