ରିୟା ଚକ୍ରବର୍ତ୍ତୀଙ୍କୁ ଆମେ ପାଉନୁ: ବିହାର ପୁଲିସ ଡିଜି

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଛାନଭିନ ବିହାର ପୁଲିସ୍‌ କରିବା ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ରିୟାଙ୍କ ବିରୋଧରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଏତଲା ଆଧାରରେ ବିହାର ପୁଲିସ୍‌ର ଏକ ଟିମ ମୁମ୍ବାଇରେ ଖୋଳତାଡ଼ ଆରମ୍ଭ କରିଛି। ତେବେ ସେଠାକାର ପୁଲିସ୍‌ କିମ୍ବା ସରକାର କୌଣସି ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ଏପରି କି ବହାର ପୁଲିସ୍‌ ଅଟୋ ଦ୍ୱାରା […]

gd

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 05:15 PM IST

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଛାନଭିନ ବିହାର ପୁଲିସ୍‌ କରିବା ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ରିୟାଙ୍କ ବିରୋଧରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଏତଲା ଆଧାରରେ ବିହାର ପୁଲିସ୍‌ର ଏକ ଟିମ ମୁମ୍ବାଇରେ ଖୋଳତାଡ଼ ଆରମ୍ଭ କରିଛି।

ତେବେ ସେଠାକାର ପୁଲିସ୍‌ କିମ୍ବା ସରକାର କୌଣସି ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ଏପରି କି ବହାର ପୁଲିସ୍‌ ଅଟୋ ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ବିଭିନ୍ନ ବ୍ୟକ୍ତିଙ୍କ ଷ୍ଟେଟମେଟ ରେକର୍ଡ କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଏସବୁ ଭିତରେ ଆଜି ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀଙ୍କୁ ଆମେ ଏଯାଏ ଠାବ କରିପାରି ନାହୁଁ। ଆମ ଟିମ ରିୟା ରହୁଥିବା ମୁମ୍ବାଇ ସ୍ଥିତ ଠିକଣାରେ ପହଞ୍ଚିଥିଲା। କିନ୍ତୁ ସେଠାରେ ତାଙ୍କର ପତ୍ତା ମିଳିନାହିଁ।

ଆମ ପୁଲିସ୍‌ ଟିମ୍ ମୁମ୍ବାଇ ଯାଇ ଥିଲେ ହେଁ ସେଠାରେ ସେମାନଙ୍କୁ କୌଣସି ଦସ୍ତାବିଜ ମିଳିନାହିଁ। ମାମଲା ସୁପ୍ରିମକୋର୍ଟରେ ଥିବାରୁ ମୁମ୍ବାଇ ପୁଲିସ୍‌ ଡକ୍ୟୁମେଣ୍ଟ ଦେଉନାହିଁ। କୋର୍ଟଙ୍କ ରାୟ ଆସିବା ପରେ ମୁମ୍ବାଇ ପୁଲିସ୍‌ ଆମକୁ କେସ୍‌ ସମ୍ପର୍କରେ ସମସ୍ତ କାଗଜାତ ଦେବ।

ଆମେ ସମସ୍ତଙ୍କୁ ଏତିକି କହିବାକୁ ଚାହୁଁଛୁ ଯେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଆମେ ଜୀବନକୁ ବାଜି ଲଗାଇଦେବାକୁ ପ୍ରସ୍ତୁତ ରହିଛୁ। ତଦନ୍ତରେ କିଛି ବି ଛାଡ଼ିବୁନି। ଦରକାର ପଡ଼ିଲେ ବରିଷ୍ଠ ଆଇପିଏସ ଅଧିକାରୀମାନେ ମୁମ୍ବାଇ ଯାଇ ଖୋଳତାଡ଼ କରିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ହେଉଥିବା ଦାବି ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିହାର ପୁଲିସ୍‌ କେବେ ହେଲେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିବ ନାହିଁ। ସୁଶାନ୍ତ ସିଂହ ରାଜପୁତଙ୍କ ବାପା ସିବିଆଇ ତଦନ୍ତ ଦାବି କରନ୍ତୁ।

ଆମର ସିବିଆଇ ସହ କୌଣସି ସମ୍ପର୍କ ନାହିଁ। ଯଦି ସୁଶାନ୍ତଙ୍କ ବାପାଙ୍କର ବିହାର ପୁଲିସ୍‌ ଉପରେ ଭରସା ନାହିଁ, ତା’ହେଲେ ସେ ସିବିଆଇ ତଦନ୍ତ ଦାବି କରିପାରିବେ। ଆମେ କିନ୍ତୁ ଆମ ତରଫରୁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ପୂରା ଯାଞ୍ଚ କରିବୁ ବୋଲି ସେ କହିଛନ୍ତି।

Related story