ମୁମ୍ବାଇରେ ଆଇଏସ ମେସେଜ୍,ରହିଛି ଧୋନି ଓ କେଜ୍ରିୱାଲଙ୍କ ନାଁ

ମୁମ୍ବାଇ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ପକ୍ଷରୁ ଦିଆଯାଇଥିବା ବାର୍ତ୍ତା ନାଭି ମୁମ୍ବାଇର ଉରନା ଅଞ୍ଚଳରୁ ଠାବ କରାଯାଇଛି। ଏଠାରେ ଥିବା ଏକ ବ୍ରିଜ୍‌ରେ ଏହି ବାର୍ତ୍ତା ଲେଖାଯାଇ ଆଇଏସ୍‌କୁ ପ୍ରଶଂସା କରାଯାଇଛି। ସେହିପରି ଏହି ବାର୍ତ୍ତାରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ରହିଛି। ଏଭଳି ମେସେଜ୍‌ ଠାବ ହେବା ପରେ ସମଗ୍ର ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଉରନା ଅଞ୍ଚଳରେ ଥିବା ଖୋପେଟ୍‌ […]

ut

ut

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 07:57 PM IST

Sports

Latest News

ମୁମ୍ବାଇ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ପକ୍ଷରୁ ଦିଆଯାଇଥିବା ବାର୍ତ୍ତା ନାଭି ମୁମ୍ବାଇର ଉରନା ଅଞ୍ଚଳରୁ ଠାବ କରାଯାଇଛି। ଏଠାରେ ଥିବା ଏକ ବ୍ରିଜ୍‌ରେ ଏହି ବାର୍ତ୍ତା ଲେଖାଯାଇ ଆଇଏସ୍‌କୁ ପ୍ରଶଂସା କରାଯାଇଛି। ସେହିପରି ଏହି ବାର୍ତ୍ତାରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ରହିଛି। ଏଭଳି ମେସେଜ୍‌ ଠାବ ହେବା ପରେ ସମଗ୍ର ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି।

ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଉରନା ଅଞ୍ଚଳରେ ଥିବା ଖୋପେଟ୍‌ ବ୍ରିଜ୍‌ର ପିଲାରରେ ଏଭଳି ମେସେଜ୍‌ ଲେଖାଯାଇଛି। ଏଥିରେ ଆଇଏସ୍‌ ପାଇଁ ଲଢ଼ୁଥିବା ଆତଙ୍କବାଦୀଙ୍କୁ ସୈନ୍ୟ ଭାବେ ବିବେଚନା କରାଯାଇଛି। ଏହବାଦ୍‌ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି ଓ ଅନ୍ୟ ଆତଙ୍କବାଦୀଙ୍କ ନାଁ ମଧ୍ୟ ରହିଛି। ଆଉ ଏକ ମେସେଜ୍‌ରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦଙ୍କ ନାଁ ଓ ରକେଟର ଚିତ୍ର ରହିଛି।

ନାଭି ମୁମ୍ବାଇ ପୁଲିସ୍‌ କମିଶନର ସଞ୍ଜୟ କୁମାର କହିଛନ୍ତି, “ବ୍ରିଜ୍‌ ତଳେ ଲେଖାଯାଇଥିବା ମେସେଜ୍‌ରେ କେଜ୍ରିୱାଲ ଓ ଧୋନିଙ୍କ ନାଁ ଉଲ୍ଲେଖ କରାଯାଇଛି। ଏମାନଙ୍କ ସହ ବାଗଦାଦି ନାଁ ମଧ୍ୟ ରହିଛି। ଆମେ ଘଟଣାସ୍ଥଳରୁ ସବୁ ପ୍ରକାରର ତଥ୍ୟ ଯୋଗାଡ଼ କରିଛୁ। ଏଠାରେ ବିୟର ବୋତଲ, ମଗ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ିଥିଲା, ଯାହାକୁ ଜବତ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ବ୍ରିଜ୍‌ ତଳେ କେତେକ ଯୁବକ ସର୍ବଦା ମଦ ପିଇବାକୁ ଆସନ୍ତି। ତଥାପି କେଉଁ ପରିସ୍ଥିତିରେ ଆଇଏସ୍‌ ସପକ୍ଷରେ ଏହି ମେସେଜ୍‌ ଲେଖାଯାଇଛି, ସେଦିଗରେ ଆମେ ତଦନ୍ତ କରିବୁ। ନିକଟସ୍ଥ ରାସ୍ତାରେ ସିସିଟିଭି ଲାଗିଛି। ତେଣୁ ଆମେ ସେଗୁଡ଼ିକର ଫୁଟେଜ ଯାଞ୍ଚ ମଧ୍ୟ କରିବୁ।”

ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ବ୍ରିଜ୍‌ ତଳେ ଲେଖାଯାଇଥିବା ବାର୍ତ୍ତାରେ ବେଶ ବିସ୍ତୃତ ତଥ୍ୟ ରହିଛି। ଏଥିସହ କେଉଁ ସମୟରେ କେଉଁଠି ଆକ୍ରମଣ କରାଯିବ, ତା’ର ମଧ୍ୟ ତଥ୍ୟ ରହିଛି। ବିଭିନ୍ନ ଭିଭିଆଇପି ଓ ରାଜନୀତିକ ବ୍ୟକ୍ତିବିଶେଷଙ୍କ ନାଁ କୋଡ୍‌ ଶବ୍ଦରେ ରହିଛି। ତେଣୁ ଆମେ ଏହାକୁ ହାଲୁକା ଭାବେ ନେବୁ ନାହିଁ। ତଦନ୍ତ ଜୋରସୋରରେ ଚାଲିଛି।”

ଏହି ଘଟଣା ପରେ ନାଭି ମୁମ୍ବାଇର କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଉରନାରେ ଓଏନ୍‌ଜିସି, ଆରମୋରି ଷ୍ଟେସନ, ପାୱାର ଷ୍ଟେସନ, ଜେଏନ୍‌ପିଟି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରହିଛି। ମେସେଜ୍‌ ଠାବ ହେବା ପରେ ଆଇବି, ଏନ୍‌ଆଇଏ ଓ ମହାରାଷ୍ଟ୍ର ଏଟିଏସ୍‌ ବ୍ରିଜ୍‌ ପାଖରେ ପହଞ୍ଚି ଛାନଭିନ୍‌ କରିଛନ୍ତି।

ଏହାପୂର୍ବରୁ କଶ୍ମୀରର ଏକ ଅଂଶକୁ ନିଜର ବୋଲି ଆଇଏସ୍‌ ଦାବି କରିଥିଲା। ଅନେକ ସମୟରେ ମୁମ୍ବାଇରୁ ଯୁବକମାନେ ଆଇଏସ୍‌ ପ୍ରତି ଆକୃଷ୍ଟ ହେବାର ଖବର ମଧ୍ୟ ରହିଛି। ତେଣୁ ଏଭଳି ମେସେଜ୍‌ ପୁଲିସ୍‌ର ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story