ଫ୍ଲୋରାଲ ପ୍ରିଣ୍ଟରେ ମନ ଜିଣିଲେ ଇଭାଙ୍କା
ଅହମଦାବାଦ: ହୁଏତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପାଇଁ ନୂଆ ହୋଇଥାଇପାରନ୍ତି। କିନ୍ତୁ ଝିଅ ଇଭାଙ୍କା ଏଠାରେ ବହୁ ଆଗରୁ ଆତିଥ୍ୟ ଗ୍ରହଣ କରିସାରିଛନ୍ତି। ଆଜି ଅହମଦାବାଦରେ ଟ୍ରମ୍ପଙ୍କ ସହ ସେ ମଧ୍ୟ ଆସିଛନ୍ତି। ତାଙ୍କ ସାଥିରେ ସ୍ୱାମୀ ଜାରେଡ୍ ମଧ୍ୟ ଭାରତ ଆସିଛନ୍ତି।
ସ୍ୱତନ୍ତ୍ର ବିମାନରୁ ଓହ୍ଲାଇବା ପରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ସେ ଏହି ସମୟରେ ନାଲି ଫୁଲ ପକା ଏକ ଧଳା ପୋଷାକ ପିନ୍ଧିଥିଲେ। ଟ୍ରମ୍ପ ଓ ମେଲାନିଆଙ୍କ ସ୍ୱାଗତ ପରେ ସେ ତଳକୁ ଓହ୍ଲାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାଗତ କରିଥିଲେ।
Prime Minister Narendra Modi greets US President Donald Trump's daughter, Ivanka upon her arrival in Ahmedabad. pic.twitter.com/oIJ36HaOmL
— ANI (@ANI) February 24, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।