ଗୋରଖପୁର: ଉତ୍ତରପ୍ରଦେଶର କୁଶିନଗରରେ ଆଜି ବାୟୁସେନାର ଏକ ଜାଗୁଆର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭର କିଛି ସମୟ ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇ କୁଶିନଗର ଅଞ୍ଚଳର ଚାଷ ଜମିରେ ପଡ଼ିଛି।
ଏହି ଦୁର୍ଘଟଣାରେ ପାଇଲଟ୍ଙ୍କ କୌଣସି କ୍ଷତି ହୋଇନାହିଁ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। ତେବେ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ଜନବସତି ଉପରେ ନପଡ଼ି, ଖାଲି ସ୍ଥାନରେ ପଡ଼ିଥିଲା। ଯାହାଦ୍ୱାରା କୌଣସି ଧନଜୀବନ ହାନି ହୋଇନାହିଁ।
ଗୋରଖପୁର ଏୟାରବେସ୍ରୁ ବିମାନଟି ଉଡ଼ାଣ କରିଥିଲା। ଦୁର୍ଘଟଣା ପରେ ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୁଇଟି ହେଲିକପ୍ଟର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।
ବିମାନଟି ଟ୍ରେନିଂ ପାଇଁ ରୁଟିନ୍ ଉଡ଼ାଣ ଭରିଥିଲା। ହେଲେ ୧୦ରୁ ୧୫ ମିନିଟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ରେ ଗୁଜରାଟର କଚ୍ଛ ଅଞ୍ଚଳରେ ଜାଗୁଆର୍ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ପାଇଲଟ୍ ସଞ୍ଜୟ ଚୌହାନ ସହିଦ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ୱାକଫ ସଂଶୋଧନ ବିଲକୁ ନେଇ ବିବାଦ କାହିଁକି?
ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ।

National
ଭାରତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲେ ପାକିସ୍ତାନ ସେନା?
ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି।

National
ୱାକଫ ବିଲ ଯୁଦ୍ଧ: କିଏ ସପକ୍ଷରେ ଓ କିଏ ବିପକ୍ଷରେ? କ’ଣ ବିଜେପି ସଫଳ ହେବ?
ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ବିଲକୁ ଜେପିସି ନିକଟକୁ ପଠାଇ ଦିଆଯାଇଥିଲା। ଏକାଧିକ ସଂଶୋଧନ ସହ ବିଲକୁ ଆଜି ପୁଣି ଲୋକସଭାରେ ଆଗତ କରାଯାଇଛି।

Politics
ବିଜେପି-ଏଆଇଏଡିଏମକେ ମେଣ୍ଟ କଲେ ଆନ୍ନାମଲାଇ କ’ଣ କରିବେ?
ବିଜେପି କହିଲେ ତାମିଲନାଡୁରେ ଆନ୍ନାମଲାଇଙ୍କୁ ବୁଝାଏ। ଏପରି ସ୍ଥିତିରେ ଯଦି ବିଜେପି ପୁଣି ଏଆଇଏଡିଏମକେ ସହ ମେଣ୍ଟ କରୁଛି, ତା’ହେଲେ ଆନ୍ନାମଲାଇ କ’ଣ କରିବେ?

National
ଆମେ କ’ଣ ଅପେକ୍ଷା କରିବା ଆଉ ଏକ ବିପର୍ଯ୍ୟୟକୁ?
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଆଉ ଯେତେବେଳେ ଏହା ହେବ, ସ୍ଥିତି ବଡ଼ ଭୟଙ୍କର ହେବ। ବିଶେଷ କରି ଦିଲ୍ଲୀ ଓ ଗୌହାଟୀ ଭଳି ଜନଗହଳିପୂର୍ଣ୍ଣ ସହରରେ ହେଲେ ଯେଉଁ କ୍ଷୟକ୍ଷତି ଘଟିବ, ତାହା ମିଆଁମାରରେ ୪ ଦିନ ତଳେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିରୁ ବହୁଗୁଣା ଅଧିକ ହୋଇପାରେ।