ମାର୍କେଟକୁ ଆସିଲା ହୀରାର ମାସ୍କ, ଦାମ୍‌ କେତେ ଜାଣନ୍ତୁ

ସୁରତ: ସୁନା ଚେନ ଓ ହାର ଭଳି ଏବେ ଗହଣା ଦୋକାନରେ ମିଳୁଛି ହୀରା ଖଚିତ ମାସ୍କ। ବଜାରରେ ପ୍ରବେଶ କରିଛି ହୀରା ଓ ସୁନା ଖଚିତ ସ୍ୱତନ୍ତ୍ର ମାସ୍କ। ବର୍ତ୍ତମାନ ସମଗ୍ର ଦେଶରେ ମହାମାରୀ କରୋନାର ଆତଙ୍କ। ଏହାକୁ ଦୃଷ୍ଟିରେ ରଖି ସବୁଆଡ଼େ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଖାସ ଏହି କାରଣ ପାଇଁ ସୁରତରେ ଥିବା ଏକ ଗହଣା ଦୋକାନୀ ହୀରା ଓ ସୁନା ଖଚିତ ମାସ୍କ ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ମାସ୍କର ଦାମ […]

dt

dt

Hemant Lenka
  • Published: Saturday, 11 July 2020
  • Updated: 11 July 2020, 11:55 AM IST

Sports

Latest News

ସୁରତ: ସୁନା ଚେନ ଓ ହାର ଭଳି ଏବେ ଗହଣା ଦୋକାନରେ ମିଳୁଛି ହୀରା ଖଚିତ ମାସ୍କ। ବଜାରରେ ପ୍ରବେଶ କରିଛି ହୀରା ଓ ସୁନା ଖଚିତ ସ୍ୱତନ୍ତ୍ର ମାସ୍କ।

ବର୍ତ୍ତମାନ ସମଗ୍ର ଦେଶରେ ମହାମାରୀ କରୋନାର ଆତଙ୍କ। ଏହାକୁ ଦୃଷ୍ଟିରେ ରଖି ସବୁଆଡ଼େ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଖାସ ଏହି କାରଣ ପାଇଁ ସୁରତରେ ଥିବା ଏକ ଗହଣା ଦୋକାନୀ ହୀରା ଓ ସୁନା ଖଚିତ ମାସ୍କ ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ମାସ୍କର ଦାମ ୧.୫ରୁ ୪ ଲକ୍ଷ ଟଙ୍କା ରହିଛି।

ଦୀପକ ଚୋକ୍ସି ନାମକ ଗହଣା ଦୋକାନୀ ମାଲିକ କହିଛନ୍ତି, ଜଣେ ଗ୍ରାହକଙ୍କ ଠାରୁ ମୁଁ ଏହି ହୀରା ଓ ସୁନା ଖଚିତ ମାସ୍କ ତିଆରି କରିବାର ବୁଦ୍ଧି ପାଇଥିଲି। ଲକଡାଉନ କୋହଳ ହୋଇଥିବାରୁ ସେ ମୋ ଦୋକାନକୁ ଆସି କିଛି ସ୍ୱତନ୍ତ୍ର ମାସ୍କ ରହିଛି କି ନାହିଁ ପ୍ରଶ୍ନ କରିଥିଲେ।

ଉଭୟ ବର ଓ କନ୍ୟା ପାଇଁ ସୁନା ହାର, ଚେନ୍‌ ଓ ମୁଦି ନେବା ଭଳି ସେ ମାସ୍କ ନେବା ପାଇଁ ଚାହିଁଥିଲେ। ଏଥିପାଇଁ ଆମ ଡିଜାଇନରମାନେ ସ୍ୱତନ୍ତ୍ର ହୀରା ଓ ସୁନା ଖଚିତ ମାସ୍କ ତିଆରି କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଗ୍ରାହକ ଜଣଙ୍କ ଏହାକୁ ନେଇଛନ୍ତି।

ଲୋକଙ୍କ ମଧ୍ୟରେ ଏହାର ଚାହିଦା ବଢ଼ୁଥିବାରୁ ଆମେ ଏହାର ସଂଖ୍ୟା ବୃଦ୍ଧି କରିବାକୁ ଚାହିଁଥିଲୁ। ଖାଣ୍ଟି ହୀରା, ଆମେରିକାନ ହୀରା ଓ ସୁନା ସହାୟତାରେ ଏହି ମାସ୍କ ତିଆରି କରାଯାଉଛି। ଗୋଟିଏ ପ୍ରକାରର ମାସ୍କରେ ହଳଦିଆ ସୁନା ଓ ଆମେରିକାନ ଡାଇମଣ୍ଡ ଖଞ୍ଜା ଯାଇଛି। ଏହାର ମୂଲ୍ୟ ୧.୫ ଲକ୍ଷ ରହିଛି। ସେହିପରି ଧଳା ସୁନା ଓ ଖାଣ୍ଟି ହୀରାରେ ତିଆରି ହୋଇଥିବା ମାସ୍କର ମୂଲ୍ୟ ୪ ଲକ୍ଷ ଟଙ୍କା ରହିଛି। ଗ୍ରାହକଙ୍କ ମଧ୍ୟରେ ବି ଏହାକୁ ନେଇ ବେଶ କ୍ରେଜ ରହିଛି। ହାର, ଚେନ୍‌ ଅପେକ୍ଷା ହୀରା ଓ ସୁନା ଖଚିତ ମାସ୍କ ଅଧିକ ଆକର୍ଷଣୀୟ ହୋଇଥିବା ଗ୍ରାହକମାନେ କହୁଛନ୍ତି।

ସରକାର ଜାରି କରିଥିବା ଗାଇଡଲାଇନ ଅନୁଯାୟୀ, ଏହି ସ୍ୱତନ୍ତ୍ର ମାସ୍କରେ କପଡ଼ା ବ୍ୟବହାର କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାସ୍କରେ ବ୍ୟବହୃତ ହେଉଥିବା ହୀରା ଓ ସୁନାକୁ ଏପରି ଖଞ୍ଜା ଯାଇଛି ଯେ ପରବର୍ତ୍ତୀ ଅବସ୍ଥାରେ ଗ୍ରାହକମାନେ ଏହାକୁ ଚାହିଁଲେ ବାହାର କରି ଅନ୍ୟ ଗହଣାରେ ବ୍ୟବହାର କରିପାରିବେ।

ଏହାପୂର୍ବରୁ ପୁଣେର ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାର ମୂଲ୍ୟ ୨.୮୯ ଲକ୍ଷ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos