ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ଜାରି ଏନକାଉଣ୍ଟରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଭାରତୀୟ ଯବାନ୍ ପାକିସ୍ତାନକୁ ଦୃଢ଼ ଜବାବ ଦେଇଛି। ରବିବାର ପୁଞ୍ଚସ୍ଥିତ ଦୁଗ୍ରାନ୍ ପୋଶାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ତିନି ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସେହିପରି ଆଉଜଣେ ଆତଙ୍କୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏବେବି ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ତେବେ ବଡ଼ କଥା ହେଉଛି ଆତଙ୍କୀବାଦୀଙ୍କ ମଧ୍ୟରୁ ୨ଜଣ ପାକିସ୍ତାନୀ ଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀର ପୁଲିସ୍ ଏହାର ସୂଚନା ଦେଇଛି। ପୁଲିସ୍ କହିଛି ଯେ ସୁରକ୍ଷାକର୍ମୀ ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା, କିନ୍ତୁ ସେମାନଙ୍କୁ ଆଡ଼ୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଭାରତୀୟ ସୁରକ୍ଷାକର୍ମୀ ଏହାର କଡ଼ା ଜବାବ ଦେଇଥିଲେ। ଏଥିରେ ନିପାତ ହୋଇଥିବା ଆତଙ୍କୀଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।