କୋଟା: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପାଖରେ ୮୨ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କ ଜାତୀୟତା ବାବଦରେ କୌଣସି ତଥ୍ୟ ନାହିଁ। ଅର୍ଥାତ ମୋଟ ୩୦୧ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୨ ଜଣ କେଉଁ ଦେଶରୁ ଆସିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିନାହାନ୍ତି। ଆରଟିଆଇ ଯୋଗେ ଏଭଳି ତଥ୍ୟ ମିଳିପାରିଛି।
ଏକ ଆରଟିଆଇର ଉତ୍ତରରେ ଜେଏନ୍ୟୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା, ମୋଟ ୮,୮୦୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮% ଏମ୍ଫିଲ ବା ପିଏଚ୍ଡି କରୁଛନ୍ତି। କୋଟାର ସୁଜିତ ସ୍ୱାମୀଙ୍କ ଆରଟିଆଇରେ ୨୦୧୯ ମସିହା ସେପ୍ଟେମ୍ବରର ଏହି ତଥ୍ୟ ମିଳିଛି।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମୋଟ ୩୦୧ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୨ ଜଣ କେଉଁ ଦେଶରୁ ଆସିଛନ୍ତି ତାହା ଜଣାନାହିଁ। ଏମାନେ ୪୧ଟି ଗ୍ରାଜୁଏସନ୍, ପିଜି, ଏମ୍ଫିଲ ଏବଂ ପିଏଚ୍ଡି ଆଦି ପାଠ୍ୟକ୍ରମରେ ପଢ଼ୁଛନ୍ତି। ଜେଏନ୍ୟୁରେ ଏବେ ୩୫ କୋରିଆନ୍, ନେପାଳରୁ ୨୫, ଚାଇନାରୁ ୨୪, ଆଫଗାନିସ୍ତାନରୁ ୨୧, ଜାପାନରୁ ୧୬, ଜର୍ମାନୀରୁ ୧୩, ଆମେରିକାରୁ ୧୦ ଏବଂ ସିରିଆ ଓ ବାଂଲାଦେଶରୁ ୭ ଜଣ ଲେଖାଏ ଛାତ୍ରଛାତ୍ରୀ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
Politics
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।