ନୂଆଦିଲ୍ଲୀ: ଜେଏନୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟସଆପ୍ ଗ୍ରୁପ ‘ୟୁନିଟି ଏଗ୍ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଏହା ପୂର୍ବରୁ ଶୁକ୍ରବାର ପ୍ରେସ କନଫରେନସ କରି ଜେଏନୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା ପୁଲିସ। ଯେଉଁଥିରେ ଜେଏନୟୁ ଛାତ୍ର ସଂଘର ସଭାପତି ଐଶୀ ଘୋଷ ରହିଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି ଜଣାପଡ଼ିଛି।
Delhi Police sources: 37 persons have been identified by Special Investigation Team (SIT) from the 60-member WhatsApp group 'Unity Against Left'. #JNUViolence
— ANI (@ANI) January 11, 2020
ଗତ ଜାନୁଆରୀ ୫ ତାରିଖରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ନିଜେ ଐଶୀ ମଧ୍ୟ ଆହତ ହୋଇଥିଲେ। ତେବେ ଦିଲ୍ଲୀ ପୁଲିସ୍ ଆଜି ୯ ଜଣଙ୍କ ନାମ ଘୋଷଣା କରିବା ପରେ ସେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି।
ଦିଲ୍ଲୀ ପୁଲିସ୍ ଯେଉଁ ପ୍ରମାଣ ରଖିଛି ତାହା ସର୍ବସାଧାରଣରେ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ଆମେ ଦିଲ୍ଲୀ ପୁଲିସ୍କୁ ଡରୁନାହୁଁ। ଆମେ ଆଇନ୍ ସହ ଅଛୁ ଏବଂ ଆମ ଆନ୍ଦୋଳନକୁ ଆମେ ଗଣତାନ୍ତ୍ରିକ ଉପାୟରେ ଓ ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ନେବୁ ବୋଲି ଆଈଶି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।