ଆଜି ଶପଥ ନେବେ ଜୋ ବାଇଡେନ୍

ୱାଶିଂଟନ୍: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଆଜି ଶପଥ ନେବେ। ସେହିପରି କମଲା ହାରିସ୍ ଉପରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା କ୍ୟାପିଟାଲ୍ ହିଲ୍ (ସଂସଦ ଭବନ ପରିସର)ରେ ନିକଟରେ ହୋଇଥିବା ଆକ୍ରମଣ ପରେ ଐତିହାସିକ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଏହି ଶପଥ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ମୁଖ୍ୟ ବିଚାରପତି ଜନ୍ ରବର୍ଟ୍ସ […]

biden

biden

Ranjit Kumar Jena
  • Published: Wednesday, 20 January 2021
  • Updated: 20 January 2021, 08:27 AM IST

Sports

Latest News

ୱାଶିଂଟନ୍: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଆଜି ଶପଥ ନେବେ। ସେହିପରି କମଲା ହାରିସ୍ ଉପରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା କ୍ୟାପିଟାଲ୍ ହିଲ୍ (ସଂସଦ ଭବନ ପରିସର)ରେ ନିକଟରେ ହୋଇଥିବା ଆକ୍ରମଣ ପରେ ଐତିହାସିକ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଏହି ଶପଥ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

ମୁଖ୍ୟ ବିଚାରପତି ଜନ୍ ରବର୍ଟ୍ସ ସ୍ଥାନୀୟ ସମୟ ଦିନ ୧୨ଟା ବାଜିବା ମାତ୍ରକେ କ୍ୟାପିଟାଲ୍ ୱେଷ୍ଟ ଫ୍ରଣ୍ଟରେ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ଶପଥ କରାଇବେ। ଭାରତୀୟ ସମୟ ଆମେରିକାଠାରୁ ୧୦ଘଣ୍ଟା ୩୦ ମିନିଟ୍ ଆଗରେ ଚାଲୁଛି। ତେଣୁ ଭାରତୀୟ ସମୟ ଅନୁସାରେ ଶପଥ ଗ୍ରହଣ ସମାରୋହ ରାତି ୧୦.୩୦ ବେଳେ ହେବ। ଶପଥ ଗ୍ରହଣ ସମାରୋହରେ ୨୫ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ରହିବେ।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସାତ୍ମକ ପ୍ରଦର୍ଶନକୁ ଆଖି ଆଗରେ ରଖି ଏହି ସ୍ଥାନକୁ ଦୁର୍ଗ ଭାବେ ବଦଳାଇ ଦିଆଯାଇଛି। ୭୮ ବର୍ଷୀୟ ବାଇଡେନ୍ ୧୨୭ ବର୍ଷର ପୁରୁଣ ବାଇବେଲ୍ ସହ ଶପଥ ନେବେ। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍ ନିଜ ହାତରେ ବାଇବେଲ୍ ଧରି ଛିଡ଼ା ହେବେ। ଆମେରିକା ଇତିହାସରେ ସବୁଠାରୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନ୍ ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଭାବେ ଦେଶକୁ ସମ୍ବୋଧିତ କରିବେ। ତାଙ୍କର ଏହି ଐତିହାସିକ ଭାଷଣକୁ ଭାରତୀୟ ବଂଶୋଦ୍ଭବର ଆମେରିକୀୟ ନାଗରିକ ବିନୟ ରେଡ୍ଡି ପ୍ରସ୍ତୁତ କରିଛନ୍ତି, ଯାହା ଏକତା ଓ ସୋହାର୍ଦ୍ଦ୍ୟ ଉପରେ ଆଧାରିତ ହେବ।

୫୬ ବର୍ଷୀୟ କମଲା ହାରିସ୍ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସିଆନ୍ ଆମେରିକା ଉପରାଷ୍ଟ୍ରପତି ଭାବେ ଇତିହାସ ରଚିବେ। ତାଙ୍କୁ ସୁପ୍ରିମ୍ କୋର୍ଟଙ୍କ ପ୍ରଥମ ଲାଟିନ୍ ସଦସ୍ୟ ବିଚାରପତି ସୋନିଆ ସୋଟୋମେୟର ଶପଥ ଗ୍ରହଣ କରାଇବେ। ସୋଟୋମେୟର୍ ୨୦୧୩ରେ ବାଇଡେନଙ୍କୁ ଉପରାଷ୍ଟ୍ରପତି ଭାବେ ଶପଥ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos