କମଲନାଥଙ୍କ ପ୍ରେସ କନଫରେନ୍ସରେ ଯୋଗଦେଇଥିବା ସାମ୍ବାଦିକଙ୍କୁ କରୋନା

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ। ତେଣୁ ଏବେ ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା […]

uz

uz

Hemant Lenka
  • Published: Wednesday, 25 March 2020
  • Updated: 25 March 2020, 05:33 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ।

ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ। ତେଣୁ ଏବେ ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା କମଲନାଥଙ୍କ ପ୍ରେସ କନଫରେନ୍ସରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ସାମ୍ବାଦିକଙ୍କ ପରିଚୟ ଗୋପନ ରଖାଯାଇଛି। ସେହିପରି ସେ କେଉଁ ଚ୍ୟାନେଲ ବା ଖବରକାଗଜ ପାଇଁ କାମ କରୁଥିଲେ, ସେକଥା ମଧ୍ୟ କୁହାଯାଇ ନାହିଁ। ସାମ୍ବାଦିକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ମଧ୍ୟପ୍ରଦେଶରେ ରୋଗୀଙ୍କ ସଂଖ୍ୟା ୧୫ରେ ପହଞ୍ଚି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos