ଭାରତକୁ ‘ପବିତ୍ର ଦେଶ’ ଘୋଷଣା କରାଯାଉ: କାଟ୍‌ଜୁ

ନୂଆଦିଲ୍ଲୀ:  ନିଜର ବୟାନ୍‌ ଓ ଟ୍ୱିଟ୍‌କୁ ନେଇ ଚର୍ଚ୍ଚାରେ ଥିବା ସୁପ୍ରିମ କୋର୍ଟର ପୂର୍ବତନ ଜଷ୍ଟିସ୍‌  ମାର୍କଣ୍ଡେୟ କାଟ୍‌ଜୁ ଆଉ ଏକ ନୂଆ ଟ୍ୱିଟ୍‌ କରି ରାଜନୈତିକ ମାହୋଲକୁ ସତେଜ କରିଦେଇଛନ୍ତି। ସେ ମୋଦି ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଟ୍ୱିଟ୍‌ରେ ଲେଖିଛନ୍ତି,“ଏବେ କେବଳ ଏତିକି ବାକି ରହିଲା ମୋଦି ସରକାର ଭାରତକୁ  ପବିତ୍ର ଦେଶର ବୋଲି ଘୋଷଣା କରନ୍ତୁ।” ଏନେଇ କାଟ୍‌ଜୁ କିଛି ପ୍ରସ୍ତାବ ଦେଇ କହିଛନ୍ତି, “ଭାରତରେ ଗଙ୍ଗା ଓ ନର୍ମଦା ପରି ପବିତ୍ର ନଦୀ […]

markandey-katju

markandey-katju

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 01:44 PM IST

Sports

Latest News

ନୂଆଦିଲ୍ଲୀ:  ନିଜର ବୟାନ୍‌ ଓ ଟ୍ୱିଟ୍‌କୁ ନେଇ ଚର୍ଚ୍ଚାରେ ଥିବା ସୁପ୍ରିମ କୋର୍ଟର ପୂର୍ବତନ ଜଷ୍ଟିସ୍‌  ମାର୍କଣ୍ଡେୟ କାଟ୍‌ଜୁ ଆଉ ଏକ ନୂଆ ଟ୍ୱିଟ୍‌ କରି ରାଜନୈତିକ ମାହୋଲକୁ ସତେଜ କରିଦେଇଛନ୍ତି। ସେ ମୋଦି ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଟ୍ୱିଟ୍‌ରେ ଲେଖିଛନ୍ତି,“ଏବେ କେବଳ ଏତିକି ବାକି ରହିଲା ମୋଦି ସରକାର ଭାରତକୁ  ପବିତ୍ର ଦେଶର ବୋଲି ଘୋଷଣା କରନ୍ତୁ।”

ଏନେଇ କାଟ୍‌ଜୁ କିଛି ପ୍ରସ୍ତାବ ଦେଇ କହିଛନ୍ତି, “ଭାରତରେ ଗଙ୍ଗା ଓ ନର୍ମଦା ପରି ପବିତ୍ର ନଦୀ ପ୍ରବାହିତ ହେଉଛି। ବେଦ ପୁରାଣ, ରାମାୟଣ ଓ ମହାଭାରତ ପରି ପବିତ୍ର ପୁସ୍ତକ ଲେଖାଯାଇଛି। ଏଠାରେ ଗାଈ ପବିତ୍ର ପଶୁ। ରାମ, କୃଷ୍ଣ ଓ ମହାବୀର ପରି ଅନେକ ମହାପୁରୁଷ ଏଠାରେ ଜନ୍ମ ଗ୍ରହଣ କରିଛନ୍ତି। ଅଯୋଧ୍ୟା, ମଥୁରା, କାଶୀ ଓ ହରିଦ୍ୱାରା ପରି ପିବିତ୍ର ସହର ରହିଛି।”

ରଘୁପତି ରାଘବ ରାଜାରାମଙ୍କୁ ଜାତୀୟ ସଙ୍ଗୀତ ଘୋଷଣା  କରାଯାଉ। ଏହାସହିତ ଦେଶର ରାଷ୍ଟ୍ରୀୟ ଅଭିବାଦନକୁ ଜୟ ଶ୍ରୀ ରାମ ରଖାଯାଉ ବୋଲି  କାଟ୍‌ଜୁ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos