ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ରୀ କମଲନାଥ

ଭୋପାଲ: ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପୂର୍ବରୁ ସେ ଭୋପାଲ ସ୍ଥିତ ନିଜ ବାସଭବନରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ବାବଦରେ ଘୋଷଣା କରିଥିଲେ। ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। କମଲନାଥ ଦାବି କରିଛନ୍ତି ଯେ ଏହି୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି। ସେହିପରି ତାଙ୍କ ସରକାର ବିରୋଧରେ […]

kamal-nath

kamal-nath

Subhransu Sekhar
  • Published: Friday, 20 March 2020
  • Updated: 20 March 2020, 01:44 PM IST

Sports

Latest News

ଭୋପାଲ: ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପୂର୍ବରୁ ସେ ଭୋପାଲ ସ୍ଥିତ ନିଜ ବାସଭବନରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ବାବଦରେ ଘୋଷଣା କରିଥିଲେ। ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। କମଲନାଥ ଦାବି କରିଛନ୍ତି ଯେ ଏହି୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି। ସେହିପରି ତାଙ୍କ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନି। ଚାଷୀଙ୍କ ପାଇଁ ସେ ଯାହା କରିଛନ୍ତି ପୂର୍ବ ବିଜେପି ସରକାର ୧୫ ବର୍ଷରେ କରିବାରେ ବିଫଳ ହୋଇଥିଲା ବୋଲି ସେ କହିଥିଲେ।

https://twitter.com/ANI/status/1240911566570008576

ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଛି। ବିଜେପି ତାଙ୍କ ସହିତ ବିଶ୍ୱାସଘାତ କରି ନାହିଁ ବରଂ ଷଡ଼ଯନ୍ତ୍ର କରି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛି। ୧୫ ବର୍ଷରେ ବିଜେପି ସରକାର ରାଜ୍ୟରେ ଯାହା ନକରିଛି, ତାଙ୍କ ସରକାର ମାତ୍ର ୧୫ ମାସରେ ସେସବୁ କରିବାକୁ ସକ୍ଷମ ହୋଇଛି ବୋଲି କମଲନାଥ କହିଥିଲେ।

ସେ କହିଥିଲେ, ବିକାଶ ପଥରେ ମଧ୍ୟପ୍ରଦେଶ ସରକାର ଥିଲା। ହେଲେ ଷଡ଼ଯନ୍ତ୍ର କରି ବିକାଶରେ ରୋକ୍ ଲଗାଇଛି ବିଜେପି। ତାଙ୍କ ସରକାର ଚାଷୀଙ୍କ ପାଇଁ କାମ କରିଛି। ଚାଷୀଙ୍କ ହକ୍ ପାଇଁ ଅନେକ ନିଷ୍ପତ୍ତି ନେଇଛି। ସେହିପରି ରାଜ୍ୟରେ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହେଲେ ବିଜେପି ଚାହୁଁନଥିଲା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେଣୁ ବିଜେପି କ୍ଷମତାକୁ ଆସିବା ପାଇଁ ଅହରହ ଷଡ଼ଯନ୍ତ୍ର କରୁଥିଲା। କଂଗ୍ରେସର ବିଧାୟକଙ୍କୁ ନେଇ କର୍ଣ୍ଣାଟକର ଏକ ରିସୋଟରେ ବିଜେପି ଅଟକ ରଖିଛି ବୋଲି ସେ କହିଛନ୍ତି।

ଗୁରୁବାର ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାଚସ୍ପତି ଏନ ପ୍ରସାଦ ପ୍ରଜାପତି ଗୃହୀତ ହୋଇ ନଥିବା ୧୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିଥିଲେ। ମୋଟ୍ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos