ଆଜି ମୋର ଘର ଭାଙ୍ଗିଛି, ଆସନ୍ତାକାଲି ତୋର ଅହଂକାର ଭାଙ୍ଗିବ: କଙ୍ଗନା

ମୁମ୍ୱାଇ: କଙ୍ଗନା ରଣାଓ୍ୱତ ମୁମ୍ୱାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହାପରେ ସେ ଟ୍ୱିଟ୍ କରି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ) ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ସେ ସମାଲୋଚନା କରିଛନ୍ତି। ଉଦ୍ଧବଙ୍କ ନାଁ ନେଇ ସିଧା ଜବାବ ଦେଇଛନ୍ତି ବଲିଉଡ କୁଇନ୍। ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ସେ କହିଛନ୍ତି।

ଏହାକୁ ନେଇ ସେ ନିଜର ମନ୍ତବ୍ୟ ରଖିଛନ୍ତି। “ଆଜି ମୋର ଘର ଭାଙ୍ଗିଛି। ଆସନ୍ତାକାଲି ତୋର ଗର୍ବ ଅହଂକାର ଭାଙ୍ଗିବ। ଆଗାମୀ ଦିନରେ କଶ୍ମୀର, ଅଯୋଧ୍ୟାକୁ ନେଇ ମଧ୍ୟ ସିନେମା ତିଆରି କରିବି। ଦେଶବାସୀକୁ ଜାଗୃତ କରିବି। ମୋ ସହିତ ଏଭଳି ହେବାର ପଛର କାରଣ ରହିଛି”।

ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ବିଏମସିକୁ ଜବାବ ତଲବ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ତିନିଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ସରକାର ନେଇଛନ୍ତି। ମୋର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି।

କାହିଁକି ଭଙ୍ଗାହେଲା ଏହାର ଜବାବ ବିଏମସି କମିଶନର ହିଁ ଦେଇପାରିବେ ବୋଲି ସଞ୍ଜୟ କହିଛନ୍ତି। ଯିଏ ବି ବେଆଇନ କାମ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଥିପାଇଁ ଦଳ ଦାୟୀ ନୁହେଁ ବୋଲି ସଞ୍ଜୟ କହିଛନ୍ତି।

ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁମ୍ୱାଇରେ ଅନେକ ବେଆଇନ୍ କୋଠା ଅଛି ସେଗୁଡିକ ଉପରେ ଧ୍ୟାନ ଦେବାର ଅଛି। ଏଭଳି ନିଷ୍ପତ୍ତି ନେଇ କଙ୍ଗନାଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବାର ଆବଶ୍ୟକ ନଥିଲା ବୋଲି ପାଓ୍ୱାର କହିଛନ୍ତି। ସେହିପରି ମହାରାଷ୍ଟ୍ରରେ ଏଭଳି କେବେ ହୋଇନଥିଲା। ଯଦି ଜଣେ ବିରୋଧରେ କହିବ ତାହେଲେ ହତ୍ୟା କରିଦିଆଯିବ କି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି।

ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ରହିଛି। ବିଏମସି ଶିବସେନା ଦଖଲରେ ରହିଛି। ତେବେ ଶାସକ ଦଳର ବରିଷ୍ଠ ନେତା ଭାବରେ ପାଓ୍ୱାରଙ୍କ ମନ୍ତବ୍ଯ ଶିବସେନାର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ

୧୭୪ ରନ୍ ଅଟକିଲା କୋଲକାତା, ଶୁବମାନ ଗିଲଙ୍କ ୪୭

ଟସ୍‌ ଜିତିଲା ରାଜସ୍ଥାନ, ବ୍ୟାଟିଂ କରିବ କୋଲକାତା

ବାବ୍ରୀ ମସଜିଦ ଭଙ୍ଗା ଘଟଣା: କ’ଣ ପାଇଁ ନିର୍ଦ୍ଦୋଷରେ ଖଲାସ ହୋଇଗଲେ ଅଭିଯୁକ୍ତ

ବାବ୍ରି ରାୟକୁ ନେଇ ଜବାବ ରଖିଲେ ଆଡ଼ଭାନୀ

୩୦ ସେପ୍ଟେମ୍ବର, ବୁଧବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ଆଇପିଏଲରେ ହାଇଦ୍ରାବାଦର ପ୍ରଥମ ବିଜୟ, ହାରିଲା ଦିଲ୍ଲୀ

ଚମକିଲେ ୱିଲିୟମସନ ଓ ଧିମା ବ୍ୟାଟିଂ କଲେ ବେୟାରଷ୍ଟୋ, ହାଇଦ୍ରାବାଦ ୧୬୨

ଟସ୍‌ ଜିତିଲା ଦିଲ୍ଲୀ, ବ୍ୟାଟିଂ କରିବ ହାଇଦ୍ରାବାଦ: ଫେରିଲେ ଈଶାନ୍ତ ଶର୍ମା ଓ ୱିଲିୟମସନ

କରୋନାରୁ ସୁସ୍ଥ ହେଲେ ସିସୋଦିଆ, ହସ୍ପିଟାଲରୁ ଫେରିଲେ

ଆଇପିଏଲରେ ଚାଲିଛି ଛକା ବର୍ଷା, ୧୦ ମ୍ୟାଚ୍‌ରେ କେତେ ବଲ୍‌ ବାଉଣ୍ଡରୀ ବାହାରକୁ ଗଲାଣି

ଆଜି ଶ୍ରେୟସଙ୍କୁ ଭେଟିବେ ୱାର୍ଣ୍ଣର, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦିଲ୍ଲୀ

ଦେଶର ୫୪ ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା