କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତି ବିଶ୍ୱସମୁଦାୟର ସମର୍ଥନ ନାହିଁ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହକ୍କାନୀ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଏକୁଟିଆ ପଡ଼ିଗଲାଣି ପାକିସ୍ତାନ। ଏ ପ୍ରସଙ୍ଗରେ ପାକିସ୍ତାନ ପ୍ରତି ବିଶ୍ୱ ସମୁଦାୟର ସମର୍ଥନ ନାହିଁ। ତଥାପି ପାକିସ୍ତାନର କାଶ୍ମୀର ମୋହ ଭାଙ୍ଗୁ ନାହିଁ। ଏ କଥା କହିଛନ୍ତି ଆମେରିକାରେ ଅବସ୍ଥାପିତ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନୀ। ସେ କହିଛନ୍ତି, ଏବେ ବି ପାକିସ୍ତାନ ସରକାରଙ୍କର କାଶ୍ମୀର ମୋହ ଭାଙ୍ଗି ନାହିଁ। ତେଣୁ ଏ ପ୍ରସଙ୍ଗରେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କର ସମର୍ଥନ ନଥିବା କଥାଟିକୁ ଗ୍ରହଣ କରିବାକୁ ପାକିସ୍ତାନ ସରକାର ନାରାଜ। ସେ […]

husain

husain

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 04:57 AM IST

Sports

Latest News

husainନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଏକୁଟିଆ ପଡ଼ିଗଲାଣି ପାକିସ୍ତାନ। ଏ ପ୍ରସଙ୍ଗରେ ପାକିସ୍ତାନ ପ୍ରତି ବିଶ୍ୱ ସମୁଦାୟର ସମର୍ଥନ ନାହିଁ। ତଥାପି ପାକିସ୍ତାନର କାଶ୍ମୀର ମୋହ ଭାଙ୍ଗୁ ନାହିଁ। ଏ କଥା କହିଛନ୍ତି ଆମେରିକାରେ ଅବସ୍ଥାପିତ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନୀ।

ସେ କହିଛନ୍ତି, ଏବେ ବି ପାକିସ୍ତାନ ସରକାରଙ୍କର କାଶ୍ମୀର ମୋହ ଭାଙ୍ଗି ନାହିଁ। ତେଣୁ ଏ ପ୍ରସଙ୍ଗରେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କର ସମର୍ଥନ ନଥିବା କଥାଟିକୁ ଗ୍ରହଣ କରିବାକୁ ପାକିସ୍ତାନ ସରକାର ନାରାଜ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଶେଷ ଥର ପାଇଁ କାଶ୍ମୀର ପ୍ରସଙ୍ଗ ଉଠିଥିଲା ୧୯୫୭ ମସିହାରେ। ସେଥିରେ ବି ପାକିସ୍ତାନକୁ କୌଣସି ଦେଶର ସମର୍ଥନ ମିଳି ନ ଥିଲା।

ହକ୍କାନୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ବ୍ୟବସାୟିକ ସଂପର୍କ ବଢ଼ିବା କଥା। କିନ୍ତୁ ପାକିସ୍ତାନର କଠୋରପନ୍ଥୀ ନେତାମାନେ କାଶ୍ମୀର ମାମଲାର ସମାଧାନ ପଛରେ ପଡ଼ି ଯାଇଛନ୍ତି। ସେମାନେ ଜାଣିଛନ୍ତି ଯେ କାଶ୍ମୀର କେବେ ବି ପାକିସ୍ତାନର ହୋଇପାରିବ ନାହିଁ। ତଥାପି କାଶ୍ମୀରରେ ହିଁ ସେମାନେ ଅଟକି ଯାଇଛନ୍ତି।

ହକ୍କାନୀଙ୍କ ଏହି ବୟାନ ଏଭଳି ଏକ ସମୟରେ ଆସିଛି ଯେତେବେଳେ କି ଚଳିତ ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ପରିଷଦ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story