ନୂଆଦିଲ୍ଲୀ: କାଶ୍ମୀର ହିଂସା ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଦାବି କରିବା ପରେ ଏହା ଉପରେ ଗୃହମନ୍ତ୍ରୀ ରାଜନାଥ ସିଂ ଉତ୍ତର ରଖିଛନ୍ତି। ସେ କହିଛନ୍ତି, “କାଶ୍ମୀର ଘାଟିର ସ୍ଥିତି ଗମ୍ଭୀର ରହିଛି। ଆମେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛୁ। ସମସ୍ତଙ୍କ ସହଯୋଗରେ କାଶ୍ମୀର ସମସ୍ୟା ଦୂର ହେବ।”
ବରିଷ୍ଠ ବିଜେପି ନେତା ମୁଖତାର୍ ଆବାସ୍ ନକବୀ କହିଛନ୍ତି, “ଆସନ୍ତାକାଲି ଅପରାହ୍ନ ୨ଟା’ରେ ରାଜ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା ହେବ।”
ସବୁ ଦଳର ନେତା କାଶ୍ମୀର ଘାଟିକୁ ଯାଆନ୍ତୁ ଓ ଏହି ସମସ୍ୟାର କିପରି ସମାଧାନ ହେବ ସେ ନେଇ ଆଲୋଚନା କରନ୍ତୁ ବୋଲି ଗୁଲାମ୍ ନବି ଆଜାଦ୍ ଆଜି ରାଜ୍ୟସଭାରେ କହିଛନ୍ତି।
ସେହିପରି ସମାଜବାଦୀ ପାର୍ଟି ସାଂସଦ ନରେଶ ଅଗ୍ରୱାଲ କହିଛନ୍ତି, “ଏହା ଏକ ଗୁରୁତର ସମସ୍ୟା। ଆଜି ହିଁ ଏହା ଉପରେ ଚର୍ଚ୍ଚା କରାଯାଉ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।