ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିପାରି ନାହାନ୍ତି। ରୋଡ୍ ଶୋ କାରଣରୁ ବିଳମ୍ୱ ହୋଇଯାଇଥିଲା। ନିର୍ଦ୍ଧାରିତ ସମୟରେ କେଜ୍ରିଓ୍ୱାଲ୍ ପହଞ୍ଚିପାରିନଥିଲେ ତେଣୁ ଆସନ୍ତାକାଲି କେଜ୍ରିଓ୍ୱାଲ ନାମାଙ୍କନ ପତ୍ର ଦାଖଲ କରିବେ।
Arvind Kejriwal, Delhi CM&AAP candidate from New Delhi seat: I was supposed to file my nomination at 3 pm today but the office closes at 3 pm. I was told I'll have to file nomination but I said how can I leave them (people at road show) & go? I'll go to file nomination tomorrow. pic.twitter.com/CDBND3kkVU
— ANI (@ANI) January 20, 2020
ଆଜି ମଧ୍ୟାହ୍ନ ୧୨ଟା ବେଳେ ଅରବିନ୍ଦ କେଜ୍ରିଓ୍ୱାଲ ମା’ଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ। ରୋଡ୍ ଶୋକୁ ସମ୍ୱୋଧନ କରୁଥିବା ନିଜ ସମର୍ଥକମାନେ କେଜ୍ରିଓ୍ୱାଲଙ୍କୁ ଘେରିଯାଇଥିଲେ। ସମର୍ଥକଙ୍କୁ ଛାଡ଼ି ଯିବା ସମ୍ଭବ ନଥିଲା। ତେଣୁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ସୂଚନାଯୋଗ୍ୟ, ୭୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଅନ୍ତିମ ତାରିଖ ମଙ୍ଗଳବାର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।