ଦିଲ୍ଲୀରେ ଜାରି ରହିପାରେ ‘କେଜ୍ରି କ୍ରେଜ୍‌’

ଫେବୃଆରୀ ୮ରେ ଭୋଟ୍ ହେଉଥିବା ଦିଲ୍ଲୀରେ ସରକାର ଗଢ଼ିବା ମୋଦି-ଶାହଙ୍କ ବିଜେପି ପାଇଁ ଏଥର ବି ସମ୍ଭବ ହୋଇନପାରେ । ଭୁବନେଶ୍ୱରରେ ବସି ଦିଲ୍ଲୀ ରାଜନୀତି ଉପରେ ଆକଳନ କରିବା ଏକ ହାସ୍ୟାସ୍ପଦ କଥା ଭଳି ଲାଗୁଥିଲେ ହେଁ ସ୍ମାର୍ଟ ଗଣମାଧ୍ୟମ ଓ ପ୍ରଭାବୀ ସୋଶାଲ ମିଡିଆର ଖବରକୁ ସାଧ୍ୟମତେ ବିଶ୍ଲେଷଣ କଲେ ଏତିକି ଅବଶ୍ୟ ନିଶ୍ଚୟ ଲାଗୁଛି ଯେ ୨୦୨୦ରେ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍ ଆଦ୍‌ମୀ ପାର୍ଟି’କୁ ବିରୋଧୀମାନେ କ୍ଷମତାରୁ ହଟାଇବାରେ ସଫଳ ହୋଇନପାରନ୍ତି । […]

Root-Report

Root-Report

Subrat Kumar Nayak
  • Published: Thursday, 23 January 2020
  • Updated: 23 January 2020, 06:54 PM IST

Sports

Latest News

ଫେବୃଆରୀ ୮ରେ ଭୋଟ୍ ହେଉଥିବା ଦିଲ୍ଲୀରେ ସରକାର ଗଢ଼ିବା ମୋଦି-ଶାହଙ୍କ ବିଜେପି ପାଇଁ ଏଥର ବି ସମ୍ଭବ ହୋଇନପାରେ । ଭୁବନେଶ୍ୱରରେ ବସି ଦିଲ୍ଲୀ ରାଜନୀତି ଉପରେ ଆକଳନ କରିବା ଏକ ହାସ୍ୟାସ୍ପଦ କଥା ଭଳି ଲାଗୁଥିଲେ ହେଁ ସ୍ମାର୍ଟ ଗଣମାଧ୍ୟମ ଓ ପ୍ରଭାବୀ ସୋଶାଲ ମିଡିଆର ଖବରକୁ ସାଧ୍ୟମତେ ବିଶ୍ଲେଷଣ କଲେ ଏତିକି ଅବଶ୍ୟ ନିଶ୍ଚୟ ଲାଗୁଛି ଯେ ୨୦୨୦ରେ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍ ଆଦ୍‌ମୀ ପାର୍ଟି’କୁ ବିରୋଧୀମାନେ କ୍ଷମତାରୁ ହଟାଇବାରେ ସଫଳ ହୋଇନପାରନ୍ତି । ୬୭ ଆସନ କାଏମ୍ ରଖି ନପାରିଲେବି ୭୦ରୁ ଅର୍ଦ୍ଧାଧିକ ଆସନ ଏପରିକି ‘ଆପ୍‌’ ୪୦ ଟପିଗଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି ବିଶେଷତଃ ତିନୋଟି ପ୍ରମୁଖ ଫ୍ୟାକ୍ଟର କେଜ୍ରିୱାଲଙ୍କୁ ପୁଣି ଶାସନ ଗାଦିକୁ ଫେରିବାରେ ସହାୟକ ହୋଇପାରେ । ଏହାସହିତ ଏକ ଚତୁର୍ଥ ତଥା ବିଶେଷ ଫ୍ୟାକ୍ଟର ଚଳିତ ନିର୍ବାଚନରେ କେଜ୍ରିୱାଲଙ୍କୁ ସିକନ୍ଦର କରିବାରେ ଗୁଗ୍‌ଲି ଭଳି କାମ କରିବ ।

କାହିଁକି ମୋଦି ଓ ଶାହ ଦିଲ୍ଲୀରେ ସେମାନଙ୍କୁ ମ୍ୟାଜିକ୍ ରିପିଟ୍ କରିପାରିବେ ନାହିଁ । ଏହାର ପ୍ରଥମ ଫ୍ୟାକ୍ଟର ହେଉଛି ଏଯାଏ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ବିକଳ୍ପ ନେତା ସୃଷ୍ଟି କରିବାରେ ମୋଦି-ଶାହ ଟିମ୍ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅର୍ଥାତ୍ ବିଜୟ ଗୋଏଲ୍ ଭାୟା ହର୍ଷବର୍ଦ୍ଧନ ହୋଇ ମନୋଜ ତିୱାରୀ ମାନେ ଏଯାଏ ସାରା ଦେଶରେ ବୋହୁଥିବା ମୋଦି ଲହରକୁ ଦିଲ୍ଲୀରେ ସଫଳତାର ସହ ବୁହାଇ ପାରିନାହାନ୍ତି । ଜାତୀୟ ଗଣମାଧ୍ୟମ ଏହାକୁ ‘ଟିନା’ ଫ୍ୟାକ୍ଟର ବୋଲି କହୁଛି । ଅର୍ଥାତ୍ ଦିଲ୍ଲୀ ରାଜନୀତିରେ ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱର ବିକଳ୍ପ କେହିନାହାନ୍ତି । କେନ୍ଦ୍ରରେ ଯେମିତି ମୋଦି ଇମେଜର ଆଖପାଖରେ ବିରୋଧୀଙ୍କ ସତ୍ତା ନାହିଁ ଠିକ୍ ସେପରି ଦିଲ୍ଲୀରେ କେଜ୍ରିଙ୍କ କ୍ରେଜକୁ ଚ୍ୟାଲେଞ୍ଜ କଲାଭଳି ଭୋଟ୍ ପୁଲର୍ ବିଜେପି ତିଆରି କରିବାରେ ସଫଳ ହୋଇନାହିଁ । ନୋ ଅଲଟରନେଟିଭ୍ ନ୍ୟାୟରେ ଏହି ପ୍ରଥମ ତଥା ପ୍ରମୁଖ ଫ୍ୟାକ୍ଟର ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ୨୦୨୦ ନିର୍ବାଚନରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

ଦ୍ୱିତୀୟ ଫ୍ୟାକ୍ଟରଟି ହେଉଛି ଦିଲ୍ଲୀ ବିଧାନସଭାରେ ମୂଳପୋଛ ହୋଇଯାଇଥିବା କଂଗ୍ରେସ ଦଳର ୨୦୨୦ ନିର୍ବାଚନୀ ପ୍ରଦର୍ଶନ । ଏବେ ମାତ୍ର ୯ ପ୍ରତିଶତ ଭୋଟରଙ୍କୁ ନିଜ ପାଖରେ ରଖିଥିବା ଜାତୀୟ ଦଳ କଂଗ୍ରେସର ଭୋଟ୍ ବ୍ୟାଙ୍କକୁ ନେଇ ହିଁ ଆମ୍ ଆଦମୀ ପାର୍ଟିର ସରକାର ଦିଲ୍ଲୀରେ ଗଢ଼ା ଯାଇଛି । ଅର୍ଥାତ୍ ୨୦୨୦ରେ କଂଗ୍ରେସର ଭୋଟ୍ ପ୍ରତିଶତ ଯେତିକି ବଢ଼ିବ ତାହା ବିଜେପିକୁ ନୁହେଁ ବରଂ କେଜ୍ରିୱାଲ୍‌ଙ୍କ ଆମ୍ ଆଦମୀ ପାର୍ଟିକୁ ହିଁ ସେତିକି କ୍ଷତି ପହଞ୍ଚାଇବ । ଅର୍ଥାତ୍ ଗତ ନିର୍ବାଚନରେ ୫୪ ପ୍ରତିଶତ ଭୋଟ ପାଇଥିବା ଆମ ଆଦମୀ ପାର୍ଟିର ଏଥର ପ୍ରଦର୍ଶନ କଂଗ୍ରେସର ଉନ୍ନତି ଓ ଅବନତି ଉପରେ ବିଶେଷ ଭାବେ ନିର୍ଭରଶୀଳ । କାରଣ ଗତ ନିର୍ବାଚନରେ ମାତ୍ର ତିନୋଟି ଆସନ ପାଇଥିଲେ ହେଁ ବିଜେପି ୩୨ ପ୍ରତିଶତ ଭୋଟ ନିଜ ମୁଣିକୁ ଆଣିଥିଲା । ଏହି ପ୍ରତିଶତ ଭୋଟ ଏଥର ସେମିତି ବଢ଼ିବାର କୌଣସି ଲକ୍ଷଣ ଦିଶୁନଥିବାରୁ କେଜ୍ରିୱାଲଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ନିଜ ଭୋଟ ବ୍ୟାଙ୍କ ନୁହେଁ ବରଂ ବିରୋଧୀ କଂଗ୍ରେସର ଉନ୍ନତ ପ୍ରଦର୍ଶନ ଉପରେ ମୋଦି-ଶାହଙ୍କ ବିଜେପି ଦିଲ୍ଲୀରେ ନିର୍ଭର କରିବା ଏକପ୍ରକାର ଥୟ । ତେବେ ନେତୃତ୍ୱ ପରୀକ୍ଷଣ, ଏଯାଏ ଶୀଲା ଦୀକ୍ଷିତଙ୍କ ବିକଳ୍ପ ନପାଇବା, ଅଜୟ ମାକେନଙ୍କୁ ବାରମ୍ବାର ବଦଳାଇବା ସହ ଗାନ୍ଧି ପରିବାରର ଉଦାସୀନତା ଦିଲ୍ଲୀରେ କଂଗ୍ରେସକୁ ବ୍ୟାକ୍‌ଫୁଟ୍‌ରେ ରଖିଥିବା ଏହି ଦ୍ୱିତୀୟ ଫ୍ୟାକ୍ଟରଟି ବି ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଯାଉଛି ।

ତୃତୀୟ ଫ୍ୟାକ୍ଟର ହେଉଛି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରର ପ୍ରଦର୍ଶନ । ଅରବିନ୍ଦ କେଜ୍ରିୱାଲ ସରକାର ସଂପର୍କରେ ଦିଲ୍ଲୀ ବାହାରୁ ବସି ଟିପ୍ପଣୀ ଦେବାବେଳେ ମନକୁ ଏହା ନିଶ୍ଚୟ ଆସୁଛି ଯେ ୫-୭ ବର୍ଷ ତଳେ ଭାରତୀୟ ରାଜନୀତିରେ ଜଣେ କ୍ରାନ୍ତିକାରୀ ଓ ଆଦର୍ଶବାଦୀ ଚରିତ୍ର ଭାବେ ଉଭା ହୋଇଥିବା କେଜ୍ରିୱାଲଙ୍କ ଛବିରେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଏବେ ଜଣେ କ୍ରାନ୍ତିକାରୀ ବା ସଂସ୍କାରୀ କି ଚମତ୍କାରୀ ନେତା କମ୍ ବରଂ ଜଣେ ପେସାଦାର ରାଜନୀତିକ ବ୍ୟକ୍ତିତ୍ୱ ଭାବେ ଅରବିନ୍ଦ କେଜ୍ରିୱାଲ ଅଧିକ ସଫଳ ହୋଇଛନ୍ତି । ବହୁ ସହଯୋଗୀ ଦଳ ଛାଡ଼ିଛନ୍ତି, ଦଳରେ ଗଣତନ୍ତ୍ର କମ୍‌, ବ୍ୟକ୍ତିବାଦ ଅଧିକ ଏବଂ ରାତାରାତି ସାରା ଦେଶକୁ ବ୍ୟାପିବାର ଉଚ୍ଚଭିଳାଷ ଭଳି ଅପବାଦ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ କ୍ରେଜ୍ ଦିଲ୍ଲୀରେ ସେମିତି ଯେ ରସାତଳଗାମୀ ହୋଇନାହିଁ, ଏହା ଏକପ୍ରକାର ସତ ।

କେଜ୍ରିୱାଲଙ୍କ ‘ଆମ ଆଦମୀ ପାର୍ଟି’ର ଭୋଟ୍ ବ୍ୟାଙ୍କ ପାଲଟିଛନ୍ତି ଦିଲ୍ଲୀର ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ, ବସ୍ତିବାସିନ୍ଦା ଓ ବେଆଇନ କଲୋନୀର ଗରିବ ଭୋଟର । ଏମାନେ କେବେବି ବିଜେପି ସାଥିରେ ନଥିଲେ । ଶୀଲା ଦୀକ୍ଷିତଙ୍କ କଂଗ୍ରେସ ସରକାରରୁ ମୁହଁ ଫେରାଇ ଆଣି ଏହି ସିଂହଭାଗ ଭୋଟର ଅରବିନ୍ଦ କେଜ୍ରିୱାଲଙ୍କ ‘ଆପ୍‌’କୁ ଦିଲ୍ଲୀ ଶାସନ ଗାଦି ଦେଇଥିଲେ । ଏହି ସିଂହଭାଗ ଭୋଟର ଏଯାଏ କେଜ୍ରିୱାଲଙ୍କ ପ୍ରତି ବିମୁଖ ହୋଇନାହାନ୍ତି । କାରଣ ଦିଲ୍ଲୀର ସରକାରୀ ସ୍କୁଲ୍ ଗୁଡ଼ିକର ଚିତ୍ର ଓ ଚରିତ୍ର ଏହି ୫ ବର୍ଷ ଭିତରେ ଏକ ବିପ୍ଲବ ଭଳି ବଦଳି ଯାଇଛି । ଉଚ୍ଚ ବର୍ଗ ନହେଲେବି ଦିଲ୍ଲୀର ଗରିବ ଲୋକଙ୍କୁ ପାଣି ଖର୍ଚ୍ଚ ବାବଦରେ ୩ ରୁ ୫ ହଜାର ଟଙ୍କା ଯାଏ ରିହାତି ମିଳିଛି । ବିଜୁଳି ମଧ୍ୟ ସେହିଭଳି ସହଜ ଲବ୍ଧ ହୋଇଛି । ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଗତ ୫ ବର୍ଷ ଭିତରେ ବଜେଟ୍‌ରେ ଅଧିକ ବ୍ୟୟ ବରାଦ ହୋଇଛି ଏବଂ ଏହାର ସୁଫଳ ଦିଲ୍ଲୀର ସେହି ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଖଟିଖିଆ ଗରିବ ବାସିନ୍ଦାମାନଙ୍କୁ ନିଶ୍ଚୟ ମିଳିଛି, ଯାହା କେଜ୍ରିଙ୍କ କ୍ରେଜ୍‌କୁ ଏଯାଏ କାଏମ ରଖିଛି । ତେଣୁ ସରକାରର ପ୍ରଦର୍ଶନ ଭଳି ତୃତୀୟ ଫ୍ୟାକ୍ଟରଟି ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ‘ଆପ୍‌’ ସତ୍ତାକୁ ଫେରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଚତୁର୍ଥ ତଥା ବିଶେଷ ଅବା ଏଥର ଦିଲ୍ଲୀ ନିର୍ବାଚନର ଗୁଗ୍‌ଲି ଫ୍ୟାକ୍ଟର କୁହାଯାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ଦିନରୁ ରାତି ସଦା ସର୍ବଦା ବକ୍‌ବକ୍ ହେଉଥିବା କେଜ୍ରିୱାଲଙ୍କ ତୁଣ୍ଡରେ ଏକ ଅଦୃଶ୍ୟ ଲଗାମ ଲାଗିଛି । ସିଧା ଆଉ ସଫା ସଫା କହିଲେ ସବୁ ପ୍ରସଙ୍ଗରେ ସବୁବେଳେ ପ୍ରଳାପ କରିବାଭଳି ମୋଦି ସରକାରଙ୍କୁ ସମାଲୋଚନା କରୁଥିବା କେଜ୍ରିୱାଲ ଏବେ ବିଭିନ୍ନ ପ୍ରସଙ୍ଗରେ ନିରବ ରହୁଛନ୍ତି । ଏହି ଅନବରତ ସମାଲୋଚନା କରିବା ଅଭ୍ୟାସ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଦିଲ୍ଲୀରେ ଫାଇଦାରେ ରଖିଥିବାବେଳେ କେଜ୍ରିୱାଲଙ୍କୁ ଅପ୍ରତ୍ୟାଶିତ ପରାଜୟର ସାମ୍ନା କରିବାକୁ ବାଧ୍ୟ କରିଥିଲା । ଏହି ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ରାଷ୍ଟ୍ରବାଦ ବା ଜାତୀୟତାବାଦର ଏକ ମୋଦି ସପକ୍ଷବାଦୀ ଲହରୀ ବୋହୁଥିଲା । ପୁଲୱାମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ସାରା ଦେଶ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଉଥିବାବେଳେ ଅରବିନ୍ଦ କେଜ୍ରିୱାଲ ଏହାର ପ୍ରମାଣ ମାଗି ନିଜ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ । ଅନେକ କହିଥିଲେ କେଜ୍ରି କହୁଛନ୍ତି ଅଧିକ, କରୁଛନ୍ତି କମ୍ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଦେଶରେ ଜାତୀୟତାବାଦର ମୋଦି ସପକ୍ଷବାଦୀ ଲହରୀ ବହୁନି ଏବଂ କେଜ୍ରିୱାଲ ଆଉ ପୂର୍ବଦିନ ଭଳି ଅନବରତ ବକ୍‌ବକ୍ ହେଉନାହାନ୍ତି । ଏହି ଫ୍ୟାକ୍ଟରଟି ଆପ୍‌ର ବିରୋଧୀ କୁହାଯାଉଥିବା ଉଚ୍ଚ ଓ ମଧ୍ୟବର୍ଗ ଭୋଟରଙ୍କୁ ବେଶ୍ ପସନ୍ଦ ଆସିଛି । ତେଣୁ ଅରବିନ୍ଦ କେଜ୍ରିୱାଲ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ନାୟକ ସାବ୍ୟସ୍ତ ହେଲେ ଏହି ଚତୁର୍ଥ ତଥା ‘ଗୁଗ୍‌ଲୀ’ ଫ୍ୟାକ୍ଟରଟି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।

ଏସବୁ ବାଦ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦୁର୍ନୀତି ଦାଗ ଲାଗିନାହିଁ କି ତାଙ୍କ ଅପାରଗତା ପ୍ରମାଣ କରିବାରେ ବିରୋଧୀ ବିଶେଷକରି ବିଜେପିର ବିଫଳତା ‘ଆପ୍‌’କୁ ଫ୍ରଣ୍ଟଫୁଟ୍‌ରେ ରଖିଛି । ହଷବର୍ଦ୍ଧନଙ୍କୁ ଅପସାରଣ କରି କିରଣ ବେଦୀଙ୍କୁ କେଜ୍ରିଙ୍କ ସାମ୍ନାକୁ ଆଣିବା ବିଜେପି ପାଇଁ ଯେମିତି ବୁମେରାଂ ହୋଇଥିଲା ଏବେ ତାଙ୍କ ବିରୋଧରେ ୪୫ ପ୍ରାର୍ଥୀ ଦେବାର ଷ୍ଟଣ୍ଟ ‘ଆପ୍‌’ର କ୍ଷମତା ପ୍ରତ୍ୟାବର୍ତ୍ତନ ରାସ୍ତାକୁ ସେମିତି ସହଜ କରିବ ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story