ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏପରି ଏକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ରାଜ୍ୟରେ କଂଗ୍ରେସ୍ ଓ ଜେଡିଏସ୍ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଛି। ରାଜନୈତିକ ମତଭେଦକୁ ନେଇ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଏକ ପ୍ରକାର ଧମକ ଦେଇଛନ୍ତି।
ସେ କହିଛନ୍ତି, “କଂଗ୍ରେସ୍ ବିଧାୟକମାନେ ନିଜ ସୀମା ଉଲ୍ଲଂଘନ କରୁଛନ୍ତି। କଂଗ୍ରେସ୍ ନିଜ ବିଧାୟକମାନଙ୍କୁ ସୀମା ଭିତରେ ରଖିବା ଉଚିତ୍।”
ସୂଚନାଯୋଗ୍ୟ, କଂଗ୍ରେସର କିଛି ନେତା କହିଥିଲେ ଯେ, କୁମାରସ୍ୱାମୀ ଆମ ନେତା ନୁହନ୍ତି, ଆମ ନେତା ହେଉଛନ୍ତି କଂଗ୍ରେସ୍ର ସିଦ୍ଧାରମେୟା। ଯାହାକୁ ନେଇ କୁମାରସ୍ୱାମୀ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, “କଂଗ୍ରେସ୍ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଦରକାର। ଯଦି ଏମିତି ଜାରି ରହେ, ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ୱାକଫ ସଂଶୋଧନ ବିଲକୁ ନେଇ ବିବାଦ କାହିଁକି?
ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ।

National
ଭାରତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲେ ପାକିସ୍ତାନ ସେନା?
ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି।

National
ୱାକଫ ବିଲ ଯୁଦ୍ଧ: କିଏ ସପକ୍ଷରେ ଓ କିଏ ବିପକ୍ଷରେ? କ’ଣ ବିଜେପି ସଫଳ ହେବ?
ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ବିଲକୁ ଜେପିସି ନିକଟକୁ ପଠାଇ ଦିଆଯାଇଥିଲା। ଏକାଧିକ ସଂଶୋଧନ ସହ ବିଲକୁ ଆଜି ପୁଣି ଲୋକସଭାରେ ଆଗତ କରାଯାଇଛି।

Politics
ବିଜେପି-ଏଆଇଏଡିଏମକେ ମେଣ୍ଟ କଲେ ଆନ୍ନାମଲାଇ କ’ଣ କରିବେ?
ବିଜେପି କହିଲେ ତାମିଲନାଡୁରେ ଆନ୍ନାମଲାଇଙ୍କୁ ବୁଝାଏ। ଏପରି ସ୍ଥିତିରେ ଯଦି ବିଜେପି ପୁଣି ଏଆଇଏଡିଏମକେ ସହ ମେଣ୍ଟ କରୁଛି, ତା’ହେଲେ ଆନ୍ନାମଲାଇ କ’ଣ କରିବେ?

National
ଆମେ କ’ଣ ଅପେକ୍ଷା କରିବା ଆଉ ଏକ ବିପର୍ଯ୍ୟୟକୁ?
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଆଉ ଯେତେବେଳେ ଏହା ହେବ, ସ୍ଥିତି ବଡ଼ ଭୟଙ୍କର ହେବ। ବିଶେଷ କରି ଦିଲ୍ଲୀ ଓ ଗୌହାଟୀ ଭଳି ଜନଗହଳିପୂର୍ଣ୍ଣ ସହରରେ ହେଲେ ଯେଉଁ କ୍ଷୟକ୍ଷତି ଘଟିବ, ତାହା ମିଆଁମାରରେ ୪ ଦିନ ତଳେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିରୁ ବହୁଗୁଣା ଅଧିକ ହୋଇପାରେ।