୨୧ ବର୍ଷ ପୂର୍ବରୁ ଧୂମପାନ କରିବା ବେଆଇନ୍

ନୂଆଦିଲ୍ଲୀ: ତମାଖୁ, ସିଗାରେଟ୍ କିଣିବା ଏବଂ ବିଜ୍ଞାପନ ଉପରେ ଆଇନ୍ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ଏଥିପାଇଁ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ (ବାଣିଜ୍ୟ ଏବଂ ବାଣିଜ୍ୟ, ଉତ୍ପାଦନ, ଯୋଗାଣ, ବଣ୍ଟନ, ବିଜ୍ଞାପନ ଏବଂ ନିୟମାବଳୀ) ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି। ନୂଆ ନିୟମ ଅନୁଯାୟୀ ତମାଖୁ କିଣିବା ପାଇଁ ବୟସ ସୀମା ୧୮ ବର୍ଷରୁ ଅଧିକ କରି ୨୧ ବର୍ଷକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବା […]

cigarette-smoke

cigarette-smoke

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 02:08 PM IST

Sports

Latest News

ନୂଆଦିଲ୍ଲୀ: ତମାଖୁ, ସିଗାରେଟ୍ କିଣିବା ଏବଂ ବିଜ୍ଞାପନ ଉପରେ ଆଇନ୍ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ଏଥିପାଇଁ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ (ବାଣିଜ୍ୟ ଏବଂ ବାଣିଜ୍ୟ, ଉତ୍ପାଦନ, ଯୋଗାଣ, ବଣ୍ଟନ, ବିଜ୍ଞାପନ ଏବଂ ନିୟମାବଳୀ) ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି। ନୂଆ ନିୟମ ଅନୁଯାୟୀ ତମାଖୁ କିଣିବା ପାଇଁ ବୟସ ସୀମା ୧୮ ବର୍ଷରୁ ଅଧିକ କରି ୨୧ ବର୍ଷକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଛି। ସରକାର ଏ ସଂକ୍ରାନ୍ତରେ ୨୦୦୩ର ନିୟମକୁ ସଂଶୋଧନ କରିବାକୁ ଯାଉଛନ୍ତି।

ବିଲରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଜଣେ ଦୋକାନୀ ୨୧ ବର୍ଷ କିମ୍ବା ତାଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଦ୍ରବ୍ୟ ବିକ୍ର କରିପାରିବ ନାହିଁ। ଏହା ସହିତ ଯେ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସର ମଧ୍ୟରେ ତମାଖୁ ବିକ୍ରି ହୋଇପାରିବ ନାହିଁ।

ସେହିପରି ଧାରା ୭ରେ ସଂଶୋଧନ କରାଯାଇ ସିଗାରେଟ୍, ତମାଖୁ ଉପରେ ଥିବା ସିଲ୍ ପ୍ୟାକିଂ ଅବସ୍ଥାରେ ରହିବ ବୋଲି ଜଣାପଡ଼ିଛି। ଖୋଲା ବିକ୍ରି ହୋଇପାରବ ନାହିଁ ପ୍ରସ୍ତାବ ରହିଛି।

ଏହି ଧାରା ୭ ଉଲ୍ଲଂଘନ କଲେ ଦୁଇ ବର୍ଷ ଜେଲ କିମ୍ବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ, ସର୍ବାଧିକ ଦଣ୍ଡ ପାଞ୍ଚ ବର୍ଷ ଜେଲ କିମ୍ବା ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।

ସେହିଭଳି ବିଜ୍ଞାପନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। କୌଣସି ବ୍ୟକ୍ତି କିମ୍ୱା ସଂସ୍ଥା ସିଗାରେଟ୍ ଏବଂ ତମାଖୁ ବିକ୍ରି କରିବା ନେଇ ବିଜ୍ଞାପନ କିମ୍ୱା ପ୍ରବର୍ତ୍ତାଇପାରିବେ ନାହିଁ।

ସୂଚନାଯୋଗ୍ୟ, ବିଶ୍ୱରେ ସବୁଠାରୁ ଅଧିକ ତମାଖୁ ବ୍ୟବହାରକାରୀ ଦେଶ ତାଲିକାରେ ଭାରତ ଦ୍ୱିତୀୟରେ ରହିଛି। ପ୍ରତିବର୍ଷ ୧୦ ଲକ୍ଷ ଲୋକ ସିଗାରେଟ୍, ତମାଖୁ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ଅନ୍ୟ ରୋଗ ପାଇଁ ମୃତ୍ୟୁ ବରଣ କରୁଛନ୍ତି। ଧୂମପାନ ପାଇଁ ହୃଦରୋଗ, ଷ୍ଟ୍ରୋକ୍, କ୍ୟାନସର ଆଦି ରୋଗର କାରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos