ପରଲୋକରେ ଶାସ୍ତ୍ରୀୟ ସଂଗୀତଜ୍ଞ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍

ମୁମ୍ବାଇ: ୨୦୨୧ ଆରମ୍ଭରୁ ସଂଗୀତ ଜଗତ ପାଇଁ ଆଣିଦେଇଛି ଦୁଃଖଦ ଖବର। ଭାରତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟକ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍‌ଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବୋହୂ ନମ୍ରତା ଗୁପ୍ତା ଖାନ୍ ଏହି ଦୁଃଖଦ ଖବର ଦେଇଛନ୍ତି। ନମ୍ରତା ସୋଶାଲ ମିଡିଆରେ ଏହି ଖବର ପୋଷ୍ଟ କରି ଲେଖିଛନ୍ତି, ଦୁଃଖର ସହ କହିବାକୁ ଚାହୁଁଛୁ ଯେ କିଛି ସମୟ ପୂର୍ବରୁ ମୋ ଶ୍ୱଶୁର, ଆମ ପରିବାରର ସ୍ତମ୍ଭ ଏବଂ ଦେଶର କିମ୍ବଦନ୍ତୀ […]

ghulam

ghulam

Ranjit Kumar Jena
  • Published: Sunday, 17 January 2021
  • Updated: 17 January 2021, 06:45 PM IST

Sports

Latest News

ମୁମ୍ବାଇ: ୨୦୨୧ ଆରମ୍ଭରୁ ସଂଗୀତ ଜଗତ ପାଇଁ ଆଣିଦେଇଛି ଦୁଃଖଦ ଖବର। ଭାରତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟକ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍‌ଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବୋହୂ ନମ୍ରତା ଗୁପ୍ତା ଖାନ୍ ଏହି ଦୁଃଖଦ ଖବର ଦେଇଛନ୍ତି। ନମ୍ରତା ସୋଶାଲ ମିଡିଆରେ ଏହି ଖବର ପୋଷ୍ଟ କରି ଲେଖିଛନ୍ତି, ଦୁଃଖର ସହ କହିବାକୁ ଚାହୁଁଛୁ ଯେ କିଛି ସମୟ ପୂର୍ବରୁ ମୋ ଶ୍ୱଶୁର, ଆମ ପରିବାରର ସ୍ତମ୍ଭ ଏବଂ ଦେଶର କିମ୍ବଦନ୍ତୀ ପଦ୍ମ ବିଭୂଷଣ ଉସ୍ତାଦ ଗୁଲାମ ମୁସ୍ତଫା ଦୁନିଆକୁ ଅଲବିଦା କହିଛନ୍ତି।

https://twitter.com/mangeshkarlata/status/1350731952505159680?s=20

ମାର୍ଚ୍ଚ ୩, ୧୯୩୧ରେ ଉତ୍ତର ପ୍ରଦେଶର ବନ୍ଦାୟୁରେ ଜନ୍ମିତ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍ ସାହେବ ନିଜର ଯାଦୁଗରୀ କଣ୍ଠରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ। ସେ ନିଜ ଚାରି ଭାଇ ଓ ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ। ସେ ନିଜ ପିତା ଉସ୍ତାଦ ୱାରିସ୍ ହୁସେନ୍ ଖାନଙ୍କଠାରୁ ସଂଗୀତ ଶିକ୍ଷା ଲାଭ କରିଥିଲେ। ପରେ ସେ ନିଜ ପିତାଙ୍କ ଭାଇ ନିସାର ହୁସେନ ଖାନଙ୍କଠାରୁ ମଧ୍ୟ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କୁ ୧୯୯୧ରେ ପଦ୍ମଶ୍ରୀ, ୨୦୦୬ରେ ପଦ୍ମ ଭୂଷଣ ଓ ୨୦୧୮ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲେ। ସେ ମହାନ ଗାୟକ ସୋନୁ ନିଗମଙ୍କର ଗୁରୁ ମଧ୍ୟ ଥିଲେ।

https://twitter.com/arrahman/status/1350734218733600770?s=20

ତାଙ୍କ ଦେହାନ୍ତରେ କିମ୍ବଦନ୍ତୀ ସିଙ୍ଗର ଲତା ମଙ୍ଗେସକରଙ୍କ ଠାରୁ ଆରମ୍ଭ କରି ଉସ୍ତାଦ ଅମଜଦ୍ ଅଲୀ ଖାନ୍, ଏଆର୍ ରହମାନ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos