ନୂଆଦିଲ୍ଲୀ: ଦିନକୁ ଦେଶରେ କରୋନା ସଂକ୍ରମଣ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ବିଶେଷ କରି ଅନଲକ-୧ ପରଠାରୁ ଦେଶରେ କରୋନା ପଜିଟିଭ ସଂଖ୍ୟା ବଢ଼ୁଛୁ। ଦିଲ୍ଲୀ ଓ ମୁମ୍ବାଇ ସ୍ଥିତି ସବୁଠାରୁ ଅଧିକ ଜଟିଳ ହୋଇଛି। ସ୍ଥିତିକୁ ଦେଖି ଦିଲ୍ଲୀରେ ପୁଣିଥରେ କଡ଼ା ଲକଡାଉନର ଲାଗୁ କରାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏସବୁ ଭିତରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, କେବଳ କରୋନା ସଂକ୍ରମଣରେ ବ୍ରେକ ଦେବା ପାଇଁ ପ୍ରତିଷେଧକ ଭାବେ ଲକଡାଉନ ଜାରି କରାଯାଇଥିଲା। ଆଗକୁ ଜାତୀୟ ରାଜଧାନୀରେ କୌଣସି ପ୍ରକାରର ଲକଡାଉନକୁ ବୃଦ୍ଧି କରାଯିବ ନାହିଁ। ଲକଡାଉନ ବୃଦ୍ଧି କରିବାର ଯୋଜନା ନଥିଲେ ମଧ୍ୟ ଲୋକମାନେ ସତର୍କ ହେବା ଦରକାର ବୋଲି ସେ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୩୫ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୮୫ ଜଣଙ୍କୁ ମୁଣ୍ଡ ଗଡ଼ିଛି। ତେବେ ଦିଲ୍ଲୀ ମହାନଗର ନିଗମ କହିଛି ଯେ ଦିଲ୍ଲୀରେ ୨୦୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲେ ହେଁ ସରକାର ଲୁଚାଇ ରଖିଛନ୍ତି।
ଏହା ଉପରେ ଜୈନ କହିଛନ୍ତି, “ଏମସିଡି ଯେଉଁ ମୃତ୍ୟୁ କଥା କହୁଛି, କ’ଣ ପାଇଁ ତା’ର ତଥ୍ୟ ଆମକୁ ପଠାଉ ନାହିଁ? ନାଁ, ବୟସ ଓ ଠିକଣା ଦରକାର। ଆପଣମାନେ ସେମାନଙ୍କୁ କୁହନ୍ତୁ ଯେ ତାଙ୍କ ପାଖରେ ଥିବା ତଥ୍ୟ ସହ ମୃତକମାନେ କରୋନା ପଜିଟିଭ ଥିଲେ ବୋଲି ରିପୋର୍ଟ ଆମ ପାଖକୁ ପଠାନ୍ତୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।