ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ

ମୁମ୍ବାଇ: କରୋନା ମହାମାରୀର ପ୍ରକୋପ ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି। ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ବେକାବୁ ହେବାରେ ଲାଗିଛି। ପୁଣି ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ୨୧୩ ଜଣଙ୍କ ମୁଣ୍ଡ ନେଇଛି। ସେହିପରି ୬,୭୪୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭,୬୬୫କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୦,୬୯୬ରେ ପହଞ୍ଚି ଯାଇଛି। ବର୍ତ୍ତମାନ ସୁଦ୍ଧା ୧,୪୯,୦୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ […]

g

g

Hemant Lenka
  • Published: Tuesday, 14 July 2020
  • Updated: 14 July 2020, 09:18 PM IST

Sports

Latest News

ମୁମ୍ବାଇ: କରୋନା ମହାମାରୀର ପ୍ରକୋପ ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି। ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ବେକାବୁ ହେବାରେ ଲାଗିଛି। ପୁଣି ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ୨୧୩ ଜଣଙ୍କ ମୁଣ୍ଡ ନେଇଛି। ସେହିପରି ୬,୭୪୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭,୬୬୫କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୦,୬୯୬ରେ ପହଞ୍ଚି ଯାଇଛି। ବର୍ତ୍ତମାନ ସୁଦ୍ଧା ୧,୪୯,୦୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକ୍ଟିଭ କେସ ସଂଖ୍ୟା ୧,୦୭,୬୬୫ ରହିଛି।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସ୍ଥିତି ଅଧିକ ସଂଗୀନ ହୋଇଛି। ଦିନକରେ ଏଠାରେ ୯୫୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫୧୦୦ରେ ପହଞ୍ଚି ଯାଇଛି।

୨୪ ଘଣ୍ଟାରେ କରୋନା ମୁମ୍ବାଇରେ ୭୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୫୪୦୫ ଛୁଇଁଛି। ୬୬,୬୩୩ ଜଣ ସୁସ୍ଥ ହୋଇ ଆରୋଗ୍ୟ ହୋଇଥିବା ବେଳେ ୨୨୭୭୩ ଆକ୍ଟିଭ କେସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos