ମୁମ୍ବାଇ: ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ପାଣି ବିକ୍ରି କରାଯିବା ନେଇ ଏକ ଗଣମାଧ୍ୟମର ଷ୍ଟିଙ୍ଗ ଅପରେସନ ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଏହି ଘଟଣାରେ ବିଡ଼ ପଞ୍ଚାୟତ ସମିତିର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରି ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଫଡନଭିସ୍ କହିଛନ୍ତି, “ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ଥିବେ, କାହାରିକୁ କ୍ଷମା କରାଯିବ ନାହିଁ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆ ସରିଛି। ଜିଲ୍ଲା ଅଧିକାରୀମାନଙ୍କୁ ଏପରି ବେଆଇନ କାରବାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।”
ମହାରାଷ୍ଟ୍ର ସରକାରଙ୍କ ଜଳ ସଂସାଧନ ମନ୍ତ୍ରୀ ଗିରୀଶ ମହାଜନ କହିଛନ୍ତି, “ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଷ୍ଟିଙ୍ଗ ଅପରେସନର ଭିଡିଓ ମୁଁ ଦେଖିଛି। ମରାଠାୱାଡା ଅଞ୍ଚଳରେ ଯେଉଁଠି ଭୟଙ୍କର ମରୁଡି ପଡିଛି ଓ ଜଳଉତ୍ସଗୁଡିକ ଶୁଖିଲା ପଡିଛି, ସେ ଅଞ୍ଚଳରେ ଏପରି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।