ଫିଲ୍ମ ସୁଟିଂ ବେଳେ ଚାଲିଗଲା ଜୀବନ

ଥିରୁଅନନ୍ତପୁରମ: ଫିଲ୍ମ ସୁଟିଂ ବେଳେ ତଳି ପଡ଼ିଯାଇ ଜଣେ ଅଭିନେତାଙ୍କ ମୃତ୍ୟୁ ଘଟିଛି। କେରଳର କୋଚିରେ ଏକ ମାଲାୟାଲମ ଫିଲ୍ମର ସୁଟିଂ ଚାଲିଥିଲା। ଏହି ସମୟରେ ଅଭିନେତା ପ୍ରବୀଶ ଚକକାଲକଲ ସୁଟିଂ ସେଟରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ଏକ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଦିବଂଗତ ଅଭିନେତା ଜଣଙ୍କ ସୁଟିଂ କରୁଥିଲେ ବୋଲି ଜଣାପଡ଼ିଛି। ଫିଲ୍ମଟି କେରଳର ବର୍ଜ୍ୟବସ୍ତୁ ଉପରେ ଆଧାରିତ ଥିଲା। ସୁଟିଂ ସେଟରେ ଅଭିନେତା ଜଣଙ୍କ ତଳେ […]

prabeesh-chakkalakkal

Subhransu Sekhar
  • Published: Tuesday, 15 September 2020
  • , Updated: 15 September 2020, 07:11 PM IST

ଥିରୁଅନନ୍ତପୁରମ: ଫିଲ୍ମ ସୁଟିଂ ବେଳେ ତଳି ପଡ଼ିଯାଇ ଜଣେ ଅଭିନେତାଙ୍କ ମୃତ୍ୟୁ ଘଟିଛି। କେରଳର କୋଚିରେ ଏକ ମାଲାୟାଲମ ଫିଲ୍ମର ସୁଟିଂ ଚାଲିଥିଲା। ଏହି ସମୟରେ ଅଭିନେତା ପ୍ରବୀଶ ଚକକାଲକଲ ସୁଟିଂ ସେଟରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ଏକ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଦିବଂଗତ ଅଭିନେତା ଜଣଙ୍କ ସୁଟିଂ କରୁଥିଲେ ବୋଲି ଜଣାପଡ଼ିଛି। ଫିଲ୍ମଟି କେରଳର ବର୍ଜ୍ୟବସ୍ତୁ ଉପରେ ଆଧାରିତ ଥିଲା।

ସୁଟିଂ ସେଟରେ ଅଭିନେତା ଜଣଙ୍କ ତଳେ ପଡିଯାଇଥିଲେ। ଏହାପରେ ପାଖରେ ଥିବା ସହଯୋଗୀମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।

ପ୍ରବୀଶ ଚକକାଲକଲ ଅଭିନେତା ସହିତ ଜଣେ ଡବିଂ କଳାକାର ଭାବରେ କାମ କରୁଥିଲେ। ସେ ଏକ ସିମେଣ୍ଟ କମ୍ପାନୀରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ଖ୍ରୀଷ୍ଟିଆନ ସେବା ସୋସାଇଟି ସହିତ ଜଡିତ ଥିଲେ ବୋଲି ଜଣାପଡ଼ିଛି।

Related story