ମାଲ୍ୟାଙ୍କ ପାସ୍‌ପୋର୍ଟ ରଦ୍ଦ କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ କରି ବିଦେଶରେ ଆତ୍ମଗୋପନ କରିଥିବା କିଙ୍ଗ୍‌ଫିସର୍ ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କ ପାସପୋର୍ଟ ରଦ୍ଦ କରି ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବିକାଶ ସ୍ୱରୂପ ଟ୍ୱିଟ୍ କରି ଏକଥା ଜଣାଇଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟର ପାସ୍‌ପୋର୍ଟ ଆଇନ ୧୯୬୭ର ଧାରା ୧୦(୩)ସି ଓ ୧୦(୩) ଏଚ୍‌ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସ୍ୱରୂପ କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାରି କରିଥିବା […]

vijay-mallya

vijay-mallya

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 07:37 AM IST

Sports

Latest News

vijay-mallyaନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ କରି ବିଦେଶରେ ଆତ୍ମଗୋପନ କରିଥିବା କିଙ୍ଗ୍‌ଫିସର୍ ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କ ପାସପୋର୍ଟ ରଦ୍ଦ କରି ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବିକାଶ ସ୍ୱରୂପ ଟ୍ୱିଟ୍ କରି ଏକଥା ଜଣାଇଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟର ପାସ୍‌ପୋର୍ଟ ଆଇନ ୧୯୬୭ର ଧାରା ୧୦(୩)ସି ଓ ୧୦(୩) ଏଚ୍‌ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସ୍ୱରୂପ କହିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାରି କରିଥିବା ନୋଟିସ୍‌ର ଜବାବ ମାଲ୍ୟା ରଖିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଳରେ ବ୍ରିଟେନରେ ରହୁଥିବା ମାଲ୍ୟାଙ୍କ ରହଣୀକୁ ଏବେ ବେଆଇନ ବୋଲି ବିବେଚନା କରାଯିବ। ଏବେ ତାଙ୍କୁ କିଭଳି ଭାରତ ପ୍ରତ୍ୟାର୍ପଣ କରାଯିବ ସେ ନେଇ ସମ୍ବିଧାନ ଆଇନ ବିଷାରଦଙ୍କ ସହ ଆଲୋଚନା କରାଯାଉଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବିକାଶ ସ୍ୱରୂପ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ପିଏମ୍‌ଏଲ୍‌ଏ ଆଇନ ୨୦୦୨ ଅନୁସାରେ ମାଲ୍ୟାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା।

 ଏବେ ବିଦେଶ ମନ୍ତ୍ରଣାଳୟ ମାଲ୍ୟାଙ୍କୁ ଭାରତ ଆଣିବାକୁ  ପ୍ରକ୍ରିୟା ଜୋରଦାର୍ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos