କେନ୍ଦ୍ରର ସମନ ପରେ ବି ଦିଲ୍ଲୀ ଆସିବେନି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଡିଜିପି

ନୂଆଦିଲ୍ଲୀ: ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ୍ ଆକ୍ରମଣ ନେଇ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କୁ ସମନ୍ କରିଛି। ନୂଆଦିଲ୍ଲୀ ଆସି ସମନର ଜବାବ ରଖିବାକୁ କେନ୍ଦ୍ର କହିଛି। ଏବେ ଏହି ଅଫିସର ନୂଆଦିଲ୍ଲୀ ଆସିବେନି। ଏ ନେଇ ପଶ୍ଚିମବଙ୍ଗର ମମତା ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ମମତାଙ୍କ ଏହି ନିଷ୍ପତ୍ତି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ନୂଆ ବିବାଦ ଟାଣିଛି। ଏବେ ମୁଖ୍ୟ ଶାସନ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟ କେନ୍ଦ୍ର ଗୃହ […]

MAMATA-SHAH

MAMATA-SHAH

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 09:53 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ୍ ଆକ୍ରମଣ ନେଇ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କୁ ସମନ୍ କରିଛି। ନୂଆଦିଲ୍ଲୀ ଆସି ସମନର ଜବାବ ରଖିବାକୁ କେନ୍ଦ୍ର କହିଛି। ଏବେ ଏହି ଅଫିସର ନୂଆଦିଲ୍ଲୀ ଆସିବେନି। ଏ ନେଇ ପଶ୍ଚିମବଙ୍ଗର ମମତା ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ମମତାଙ୍କ ଏହି ନିଷ୍ପତ୍ତି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ନୂଆ ବିବାଦ ଟାଣିଛି।

ଏବେ ମୁଖ୍ୟ ଶାସନ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟ କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ରାଜ୍ୟ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଡିସେମ୍ବର ୧୪ରେ ବୌଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗର ସେ ନିଜେ ଏବଂ ପୁଲିସ ମହାନିର୍ଦ୍ଦେଶକ ଡିସେମ୍ବର ୧୪ରେ ସୁରକ୍ଷା ସହ ଜଡିତ ବ୍ୟକ୍ତିଙ୍କ ସମେତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗମ୍ଭୀରତାର ସହ କାମ କରୁଛନ୍ତି। ଏହି ଚିଠି ମାଧ୍ୟମରେ ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି ଯେ ସେ କେବଳ ରାଜ୍ୟ ସରକାରଙ୍କ ଆଦେଶ ପାଳନ କରୁଛନ୍ତି।

ନଡ୍ଡାଙ୍କ ଘଟଣାର ପୁଲିସ ତଦନ୍ତ କରୁଛି। ପଶ୍ଚିମବଙ୍ଗ ପୁଲିସ ଜେପି ନଡ୍ଡାଙ୍କୁ ବୁଲେଟପ୍ରୁଫ କାର ଏବଂ ପାଇଲଟ ଗାଡି ଯୋଗାଇ ଦେଇଛି। ଏହା ବ୍ୟତୀତ ଜେଡ-ଶ୍ରେଣୀର ସୁରକ୍ଷା କାରଣରୁ ତାଙ୍କୁ ଏକ ଏସକର୍ଟ ଏବଂ ପିଏସଓ ମଧ୍ୟ ଦେଇଛି ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ଡାଇମଣ୍ଡ ହାରବୋର ଅଞ୍ଚଳରେ ସୁରକ୍ଷା ପାଇଁ ନିୟୋଜିତ ଡିଜି ବ୍ୟକ୍ତିଗତ ଭାବେ ନଡ୍ଡାଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଗୁରୁବାର ଦିନ ହୋଇଥିବା ହିଂସା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୋଟ୍ ତିନୋଟି ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos