ବିରୋଧୀଙ୍କ ସହିତ ଆଲୋଚନା ପରେ ଧାରଣାରୁ ଉଠିଲେ ମମତା

କୋଲକାତା: ରବିବାର ରାତିଠାରୁ ସିବିଆଇ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସହ ଆଲୋଚନା ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଛନ୍ତି। କୋଲକତା ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନର ଆଶଙ୍କା ପରେ ସେ ଏପରି ଧାରଣା ଜରିଆରେ ରାଜୀବଙ୍କ ପାଇଁ ଢାଲ ହେବାର ପ୍ରୟାସ କରିଆସିଥିଲେ। ଶରଦ ପାୱାର ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ […]

mamta

mamta

Rakesh Mallick
  • Published: Tuesday, 05 February 2019
  • Updated: 05 February 2019, 07:03 PM IST

Sports

Latest News

କୋଲକାତା: ରବିବାର ରାତିଠାରୁ ସିବିଆଇ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସହ ଆଲୋଚନା ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଛନ୍ତି। କୋଲକତା ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନର ଆଶଙ୍କା ପରେ ସେ ଏପରି ଧାରଣା ଜରିଆରେ ରାଜୀବଙ୍କ ପାଇଁ ଢାଲ ହେବାର ପ୍ରୟାସ କରିଆସିଥିଲେ।

ଶରଦ ପାୱାର ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ବିରୋଧୀ ତାଙ୍କ ସମର୍ଥନରେ ଏକାଠି ଅଛନ୍ତି। ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଧାରଣାସ୍ଥଳରେ ଯୋଗ ଦେଇ ମମତାଙ୍କୁ ସମର୍ଥନ ଜଣାଇଥିଲେ।

ଚନ୍ଦ୍ରବାବୁ ଏହି ଅବସରରେ କହିଥିଲେ, "ଆମେ କେନ୍ଦ୍ରକୁ ସମ୍ମାନ ଜଣାଉ, କେନ୍ଦ୍ର ମଧ୍ୟ ଆମକୁ ସମ୍ମାନ ଜଣାଉ। ସେହିଭଳି ତେଜସ୍ୱୀ କହିଥିଲେ, ଏହି ଯୁଦ୍ଧ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନୁହେଁ। ଏହା ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଯୁଦ୍ଧ। ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ବିଜୟ ମାଲ୍ୟା, ନିରବ ମୋଦି ଏବଂ ଲଳିତ ମୋଦିଙ୍କ ସମୟରେ କୋଉଠି ଥିଲା ସିବିଆଇ ?"

ମମତା ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ ସେ ତାଙ୍କ ଶୁଭେଚ୍ଛୁଙ୍କ ସହିତ ଆଲୋଚନା କରି ଯାହା ପଦକ୍ଷେପ ନେବେ। ଏହି ଶୁଭେଚ୍ଛୁଙ୍କ ମଧ୍ୟରେ ଚନ୍ଦ୍ରବାବୁଙ୍କ ବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଥିଲେ। ତେବେ ନବୀନଙ୍କ ସହିତ ଏ ସମ୍ପର୍କରେ ସେ ଆଲୋଚନା କରିଛନ୍ତି କି ନା, ତାହା ଏଯାଏ ସ୍ପଷ୍ଟ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos