ଏବେ ବି ବଞ୍ଚିଛି ମଧ୍ୟଯୁଗୀୟ ଦଣ୍ଡ: ସରକାରୀ ଯୋଜନାର ହକ୍ ପାଇଁ ଗୁହାରୀ କରିବାରୁ ଛେପ ଚାଟିବାକୁ ବାଧ୍ୟ କଲା ପଞ୍ଚାୟତ: ଭାଇରାଲ ଭିଡ଼ିଓ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଭ୍ୟ ସମାଜକୁ ଅପମାନ, ଏବେ ବି ମଧ୍ୟଯୁଗୀୟ ଦଣ୍ଡର ବ୍ୟବସ୍ଥା ଚାଲିଛି। ମଣିଷ ଭୁଲି ଯାଇଛି ନିଜ ସୀମା ସରହତ। ଜଣେ ବୃଦ୍ଧଙ୍କୁ ଛେପ ଚାଟିବାର ଦଣ୍ଡ ଦିଆଯାଇଛି।&nbsp; ବିହାର ନାଳନ୍ଦା ଅଜାଇପୁର ଗାଁରେ ଆଇନକୁ ବେଖାତିର କରି ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇ ପଞ୍ଚାୟତ ଦେଇଛି ଦଣ୍ଡ। ଏତିକିରେ ମନ ସନ୍ତୁଷ୍ଟ ହୋଇନଥିଲା ଯେ, ମହିଳାଙ୍କ ଦ୍ୱାରା ଚପଲରେ ମାଡ଼ ମରାଯାଇଥିଲା। ହେଲେ ଏ ଦଣ୍ଡ କଣ ପାଇଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦଣ୍ଡର କାରଣ&nbsp; ଜଣେ ବୃଦ୍ଧ ଲୋକ ବିନା ଅନୁମତିରେ ଗାଁ ମୁଖିଆଙ୍କ ଘରକୁ ଯାଇଥିଲେ&nbsp; ନିଜ ପାଇଁ ଥିବା ଯୋଜନାର ହକ୍ ପାଇଁ। ଗୁହାରି କରିଥାନ୍ତେ, &nbsp;କିନ୍ତୁ ସରକାରୀ ଯୋଜନାର ଲାଭ ପରିବର୍ତ୍ତେ ତାଙ୍କ ଉପରେ ହୋଇଛି ଜୁଲୁମ। ପଞ୍ଚାୟତରେ ସେହି ବୃଦ୍ଧଙ୍କୁ ଛେପ ଚାଟିବାକୁ ବାଧ୍ୟ କରାଯାଇଛି।&nbsp; ନୀତିଶ କୁମାରଙ୍କ ରାଜ୍ୟରେ ଜଙ୍ଗଲରାଜର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାବିନେଟ ମନ୍ତ୍ରୀ ନନ୍ଦ କିଶୋର ଯାଦବ। ସେ ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରାଯିବା ନେଇ କହିଛନ୍ତି। ଯେଉଁମାନେ ଘଟଣା ପଛରେ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣା ପ୍ରଘଟ ହେବା ପରେ ତତ୍ପରତା ଦେଖାଇଛି ପୋଲିସ ଓ ଜିଲ୍ଲା ପ୍ରଶାସନ।</p>

Ordigital Desk
  • Published: Friday, 20 October 2017
  • Updated: 20 October 2017, 05:40 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଭ୍ୟ ସମାଜକୁ ଅପମାନ, ଏବେ ବି ମଧ୍ୟଯୁଗୀୟ ଦଣ୍ଡର ବ୍ୟବସ୍ଥା ଚାଲିଛି। ମଣିଷ ଭୁଲି ଯାଇଛି ନିଜ ସୀମା ସରହତ। ଜଣେ ବୃଦ୍ଧଙ୍କୁ ଛେପ ଚାଟିବାର ଦଣ୍ଡ ଦିଆଯାଇଛି।&nbsp; ବିହାର ନାଳନ୍ଦା ଅଜାଇପୁର ଗାଁରେ ଆଇନକୁ ବେଖାତିର କରି ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇ ପଞ୍ଚାୟତ ଦେଇଛି ଦଣ୍ଡ। ଏତିକିରେ ମନ ସନ୍ତୁଷ୍ଟ ହୋଇନଥିଲା ଯେ, ମହିଳାଙ୍କ ଦ୍ୱାରା ଚପଲରେ ମାଡ଼ ମରାଯାଇଥିଲା। ହେଲେ ଏ ଦଣ୍ଡ କଣ ପାଇଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦଣ୍ଡର କାରଣ&nbsp; ଜଣେ ବୃଦ୍ଧ ଲୋକ ବିନା ଅନୁମତିରେ ଗାଁ ମୁଖିଆଙ୍କ ଘରକୁ ଯାଇଥିଲେ&nbsp; ନିଜ ପାଇଁ ଥିବା ଯୋଜନାର ହକ୍ ପାଇଁ। ଗୁହାରି କରିଥାନ୍ତେ, &nbsp;କିନ୍ତୁ ସରକାରୀ ଯୋଜନାର ଲାଭ ପରିବର୍ତ୍ତେ ତାଙ୍କ ଉପରେ ହୋଇଛି ଜୁଲୁମ। ପଞ୍ଚାୟତରେ ସେହି ବୃଦ୍ଧଙ୍କୁ ଛେପ ଚାଟିବାକୁ ବାଧ୍ୟ କରାଯାଇଛି।&nbsp; ନୀତିଶ କୁମାରଙ୍କ ରାଜ୍ୟରେ ଜଙ୍ଗଲରାଜର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାବିନେଟ ମନ୍ତ୍ରୀ ନନ୍ଦ କିଶୋର ଯାଦବ। ସେ ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରାଯିବା ନେଇ କହିଛନ୍ତି। ଯେଉଁମାନେ ଘଟଣା ପଛରେ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣା ପ୍ରଘଟ ହେବା ପରେ ତତ୍ପରତା ଦେଖାଇଛି ପୋଲିସ ଓ ଜିଲ୍ଲା ପ୍ରଶାସନ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos