ଟରଣ୍ଟୋ (ଓଡ଼ିଶା ରିପୋର୍ଟର): ଗଞ୍ଜେଇକୁ ଆଇନତଃ ବୈଧ ଘୋଷଣା କରିବାରେ କ୍ୟାନାଡା ବର୍ତ୍ତମାନ ଦ୍ୱିତୀୟ ତଥା ସର୍ବବୃହତ୍ ରାଷ୍ଟ୍ର। ଗତ ୩ ଦଶନ୍ଧି ଧରି ବେଆଇନ ଭାବେ ଗଞ୍ଜେଇ ବିକ୍ରି କରିଆସୁଥିବା ଟମ୍ କ୍ଲାର୍କ ନାମକ ଜଣେ ବ୍ୟବସାୟୀ ପ୍ରଥମ କରି ନ୍ୟୁଫାଉଣ୍ଡଲାଣ୍ଡଠାରେ ଏକ ଷ୍ଟୋର ଖୋଲିଛନ୍ତି।
ଏହାପୂର୍ବରୁ ଉରୁଗୁଏ ମଧ୍ୟ ଗଞ୍ଜେଇକୁ ବୈଧ ଘୋଷଣା କରିଥିଲା। ବର୍ତ୍ତମାନ କ୍ୟାନାଡ଼ାରେ ୧୧୧ଟି ଆଇନତଃ ବୈଧ ଗଞ୍ଜେଇ ଷ୍ଟୋର ଖୋଲିବ। ୩.୭ କୋଟି ନାଗରିକ ବସବାସ କରୁଥିବା ଏହି ଦେଶ ପାଇଁ ଏସବୁ ବହୁତ କମ୍ ହେବ। ଅଣ୍ଟାରିଓ ରାଜ୍ୟରେ ବର୍ତ୍ତମାନ ଏପରି ଷ୍ଟୋର ଖୋଲିବନି ବୋଲି ଜଣାଯାଇଛି। ବର୍ତ୍ତମାନ ଅନ୍ଲାଇନ୍ରେ ମଧ୍ୟ କ୍ୟାନାଡ଼ା ନାଗରିକ ଗଞ୍ଜେଇ ମଗାଇପାରିବେ। ୩୦ ଗ୍ରାମ୍ରୁ କମ୍ ଗଞ୍ଜେଇ କାରବାରରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ବର୍ତ୍ତମାନ କ୍ଷମା କରାଯିବ ବୋଲି ପ୍ରଥମ ଷ୍ଟୋର ଖୋଲିବାର କିଛି ସମୟ ପୂର୍ବରୁ କ୍ୟାନାଡ଼ା ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୟଙ୍କର ଦୁର୍ଘଟଣା; ୫ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ରୁ ଅଧିକ ଗାଡ଼ି
ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଛି ଭୀଷଣ ନିଆଁ। ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଛି।
National
ସାଂସଦ କରୁଥିଲେ ବିଦ୍ୟୁତ୍ ଚୋରି, ପଡ଼ିଲା ୧.୯୧ କୋଟି ଫାଇନ୍
ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଫାଇନ୍ । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି।
National
ବୋଟ୍ ଦୁର୍ଘଟଣା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ପୂର୍ବରୁ ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଉଦ୍ଧାରକାରୀ ଦଳ ଗତକାଲି ଆଉ ଏକ ମୃତଦେହ ଉଦ୍ଧାର କରିଥିବା ବେଳେ ତାହାର ପରିଚୟ ମିଳି ପାରିନି।
Politics
ସଂସଦରେ ମାରପିଟ ଘଟଣା; ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା
ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦୁଇ ବିଜେପି ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଖଡଗେଙ୍କୁ ବିଜେପି ସାଂସଦ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି।
Accident
ଫେରିନି ମୋ ସାନ ଭାଇ...
ଡଙ୍ଗା ଦୁର୍ଘଟଣାରେ ଏବେ ବି ନିଖୋଜ ଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ହଂସରାମ ଭଟି। ହସ୍ପିଟାଲରୁ ହସ୍ପିଟାଲ ବୁଲି ସାନ ଭାଇକୁ ଖୋଜୁଛନ୍ତି ବଡ଼ ଭାଇ ଜୋଗାରାମ।