Advertisment

ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦରଙ୍କୁ ଗିରଫ କଲା ପୁଲିସ

ଇସଲାମାବାଦ୍: ପାକିସ୍ତାନରେ ରାଜନୀତି ଜୋର୍ ଧରିଛି। ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦର ଏଓ୍ୱାନଙ୍କୁ ପୁଲିସ ଗିରଫ କରିଛି। ସଫଦର ନଓ୍ୱାଜ ଶରିଫଙ୍କ ଝିଅ ମରିୟମ ଶରିଫଙ୍କ ସ୍ୱାମୀ ତଥା ମୁସଲିମ୍ ଲିଗ୍ ନଓ୍ୱାଜ୍ (ପିଏମଏଲ୍-ଏନ୍)ର ନେତା। ପୁଲିସ ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଥିବା ମରିୟମ୍ କହିଛନ୍ତି। Police broke my room door at the hotel I was staying at in Karachi and arrested […]

author-image
Pragnya Choudhury
ଅଦ୍ୟତନ ହୋଇଛି
ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦରଙ୍କୁ ଗିରଫ କଲା ପୁଲିସ

safdar

ଇସଲାମାବାଦ୍: ପାକିସ୍ତାନରେ ରାଜନୀତି ଜୋର୍ ଧରିଛି। ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦର ଏଓ୍ୱାନଙ୍କୁ ପୁଲିସ ଗିରଫ କରିଛି। ସଫଦର ନଓ୍ୱାଜ ଶରିଫଙ୍କ ଝିଅ ମରିୟମ ଶରିଫଙ୍କ ସ୍ୱାମୀ ତଥା ମୁସଲିମ୍ ଲିଗ୍ ନଓ୍ୱାଜ୍ (ପିଏମଏଲ୍-ଏନ୍)ର ନେତା। ପୁଲିସ ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଥିବା ମରିୟମ୍ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ମରିୟମ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିପକ୍ଷରେ କରାଚିରେ ଆୟୋଜିତ ଏକ ରାଲିରେ ଯୋଗଦେଇ ଫେରିବା ପରେ ପରେ ପୁଲିସ ସଫଦରଙ୍କୁ ଗିରଫ କରିଛି। ପାକ୍ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଏହି ରାଲିର ଆୟୋଜନ କରିଥିଲେ। ପିତା ନଓ୍ୱାଜଙ୍କୁ ପୁଣି କ୍ଷମତାକୁ ଫେରାଇ ଆଣିବାକୁ ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଜେଲ ପଠାଇବାକୁ ରାଲିରେ ମରିୟମ୍ ଶପଥ ନେଇଥିଲେ।

Advertisment

ରବିବାର ଆୟୋଜିତ ଏହି ରାଲିରେ ମରିୟମ୍ ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି, ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି, ଫେଡେରାଲ ବୋର୍ଡ ଅଫ୍ ରେଭେନ୍ୟୁ, ସିକ୍ୟୁରିଟିସ୍ ଆଣ୍ଡ୍ ଏକ୍ସେଞ୍ଜ କମିଶନ ଅଫ୍ ପାକିସ୍ତାନକୁ ଇମ୍ରାନ୍ ଖାନ୍ ନିଜ ଅଧୀନରେ ରଖିଛନ୍ତି।

Pakistan Imran Khan