ଜାମ୍ମୁ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ମସରତ ଆଲାମଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଗିରଫ କରାଯାଇଛି। କୋଟ ଭାଲୱାଲ ଜେଲରୁ ସେ ବାହାରିବାର କିଛି ସମୟ ପରେ ଗିରଫ କରାଯାଇଛି। ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପବ୍ଲିକ ସେଫ୍ଟି ଆକ୍ଟ (ପିଏସଏ) ଅନୁଯାଇ ମସରତଙ୍କୁ ଗିରଫ କରାଯାଇଛି। ଏହି ଆକ୍ଟ ଅନୁଯାଇ ଏପ୍ରିଲ ୧୭ରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ମଙ୍ଗଳବାର ତାଙ୍କୁ ଜେଲରୁ ମକ୍ତି ମଳିଥିଲା। ସୁରକ୍ଷା ଦୃଷ୍ଟିରୁ ଜେଲରୁ ମୁକୁଳିବାର ମାତ୍ର କିଛି ସମୟ ପରେ ତାଙ୍କୁ ପୁଣି ଗିରଫ କରାଯାଇଛି ବୋଲି ଜାମ୍ମୁର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଏପ୍ରିଲ ୧୭ ତାରିଖରେ ଶ୍ରୀନଗରରେ ମସରତ ଏକ ରାଲିରେ ପାକିସ୍ତାନ ପତାକା ଉଡେଇବା ସହ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।