ମେ’ ୬ରେ ସଂସଦ ଘେରିବ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ, ମରୁଡ଼ି ଓ ବିରୋଧୀଙ୍କ ବିରୁଦ୍ଧରେ ସରକାର ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ ଆଣିବା ପ୍ରସଙ୍ଗରେ ମେ’ ୬ ତାରିଖରେ କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି,“ଗଣତନ୍ତ୍ରର ସୁରକ୍ଷା ଲାଗି ଏହି ଘେରାଉ କରାଯିବ।” ସେ କହିଛନ୍ତି,“କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକର ସରକାରଙ୍କୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଅରୁଣାଚଳ ଓ ଉତ୍ତରାଖଣ୍ଡ ଘଟଣାରୁ ଏହା ପ୍ରମାଣିତ […]

pa

pa

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 01:04 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ, ମରୁଡ଼ି ଓ ବିରୋଧୀଙ୍କ ବିରୁଦ୍ଧରେ ସରକାର ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ ଆଣିବା ପ୍ରସଙ୍ଗରେ ମେ’ ୬ ତାରିଖରେ କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି,“ଗଣତନ୍ତ୍ରର ସୁରକ୍ଷା ଲାଗି ଏହି ଘେରାଉ କରାଯିବ।”

ସେ କହିଛନ୍ତି,“କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକର ସରକାରଙ୍କୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଅରୁଣାଚଳ ଓ ଉତ୍ତରାଖଣ୍ଡ ଘଟଣାରୁ ଏହା ପ୍ରମାଣିତ ହୋଇଯାଇଛି।”

ସେହିପରି ଅଗଷ୍ଟା ୱେଷ୍ଟଲାଣ୍ଡ  ହେଲିକେପ୍ଟର କିଣା ପ୍ରସଙ୍ଗରେ ମୋଦି ସରକାର ଡ୍ରାମା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ମେ’ ୬ ତାରିଖ ସକାଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଉପ-ସଭାପତି ରାହୁଲ ଗାନ୍ଧୀ ଓ ଦଳର ଅନ୍ୟ ନେତା ଏବଂ କର୍ମୀମାନେ ଜନ୍ତରମନ୍ତରରୁ ଏକ ଶୋଭାଯାତ୍ରାରେ ବାହାରି ସଂସଦ ପର୍ଯ୍ୟନ୍ତ ଯିବେ ଓ ଘେରାଉ କରିବେ।

ଗତବର୍ଷ ଏପ୍ରିଲ୍ ୧୯ ତା’ରିଖରେ କଂଗ୍ରେସ ପକ୍ଷରୁ ରାମଲୀଲା ମୈଦାନରେ ଏକ ରାଲି କରାଯାଇଥିଲା। ଜମି ଅଧିଗ୍ରହଣ ବିଲ୍‌ରେ ମୋଦି ସରକାର କରିବାକୁ ଚାହୁଁଥିବା ସଂସ୍କାରକୁ ବିରୋଧ କରି ଏହି ରାଲି କରାଯାଇଥିଲା। ତା’ପୂର୍ବରୁ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନକୁ ଶୋଭାଯାତ୍ରାରେ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos