ଅବିବାହିତ ପୁରୁଷ ସାବଧାନ ! 'କରୋନା ବିପଦ ଅଧିକ'

ଲଣ୍ଡନ: କରୋନା ମହାମାରୀକୁ ନେଇ ନୂଆ ସର୍ଭେ ଆସିଛି। ସୁସ୍ଥ ଜୀବନଶୈଳୀ ପାଇଁ ବିବାହ ଆବଶ୍ୟକ। ଯେଉଁମାନେ ବିବାହ କରି ନାହାନ୍ତି ସେମାନଙ୍କ ପ୍ରତି କରୋନାର ଅଧିକ ବିପଦ ରହିଛି। ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ଯେଉଁମାନଙ୍କ ପାଖରେ କମ୍ ରୋଜଗାର, କମ୍ ଶିକ୍ଷାଗତ ଯୋଗ୍ୟତା ଏବଂ ନିମ୍ନ ଏବଂ ମଧ୍ୟମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ କୋଭିଡ୍ ବିପଦ ରହିଛି ବୋଲି ଗବେଷଣାରେ କୁହାଯାଉଛି। ସ୍ୱିଡେନର ଷ୍ଟକହୋଲମ ବିଶ୍ୱବିଦ୍ୟାଳୟର ଗବେଷଣାରେ ଏହା କୁହାଯାଇଛି। ସ୍ୱେଦିଶ […]

covid survey

covid survey

Subhransu Sekhar
  • Published: Saturday, 10 October 2020
  • Updated: 10 October 2020, 03:58 PM IST

Sports

Latest News

ଲଣ୍ଡନ: କରୋନା ମହାମାରୀକୁ ନେଇ ନୂଆ ସର୍ଭେ ଆସିଛି। ସୁସ୍ଥ ଜୀବନଶୈଳୀ ପାଇଁ ବିବାହ ଆବଶ୍ୟକ। ଯେଉଁମାନେ ବିବାହ କରି ନାହାନ୍ତି ସେମାନଙ୍କ ପ୍ରତି କରୋନାର ଅଧିକ ବିପଦ ରହିଛି। ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି।

ଯେଉଁମାନଙ୍କ ପାଖରେ କମ୍ ରୋଜଗାର, କମ୍ ଶିକ୍ଷାଗତ ଯୋଗ୍ୟତା ଏବଂ ନିମ୍ନ ଏବଂ ମଧ୍ୟମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ କୋଭିଡ୍ ବିପଦ ରହିଛି ବୋଲି ଗବେଷଣାରେ କୁହାଯାଉଛି। ସ୍ୱିଡେନର ଷ୍ଟକହୋଲମ ବିଶ୍ୱବିଦ୍ୟାଳୟର ଗବେଷଣାରେ ଏହା କୁହାଯାଇଛି।

ସ୍ୱେଦିଶ ନ୍ୟାଶନାଲ ବୋର୍ଡ ଅଫ୍ ହେଲଥ ଏବଂ ଓ୍ୱେଲଫେୟାର କରୋନାକୁ ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଗବେଷଣା କରିଥିଲା। ଯେଉଁଥିରେ ୨୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ନେଇ ଗବେଷଣା ହୋଇଥିଲା। ନେଚ୍ୟୁର କମୁନିକେଶନ ଜୋର୍ଣ୍ଣାଲର ଏହି ଗବେଷଣା ପ୍ରକାଶ ପାଇଛି।

ଯେଉଁମାନେ ବିବାହ କରି ନାହାନ୍ତି କିମ୍ୱା ସାଂସରିକ ଜୀବନରେ ନାହାନ୍ତି ସେମାନଙ୍କର ମୃତ୍ୟୁ ହାର ବିବାହ କରିଥିବା ବ୍ୟକ୍ତିଙ୍କ ଅପେକ୍ଷା ୧.୫ରୁ ୨ ପ୍ରତିଶତ କୋଭିଡ ବିପଦ ଅଧିକ। ତେବେ ଅବିବାହିତ ମହିଳାଙ୍କ ତୁଳନାରେ ପୁରୁଷଙ୍କ ପ୍ରତି କୋଭିଡ ବିପଦ ଅଧିକ ରହିଛି ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି।

ଯେଉଁମାନେ ବିବାହ କରିଛନ୍ତି ସାଂସାରିକ ଜୀବନ ବିତାଉଛନ୍ତି ସେମାନଙ୍କ ପ୍ରତି କୋଭିଡ୍ ବିପଦ ରହିଛି ବୋଲି ଗବେଷକ ସଭନେ ଡ୍ରେଫାହଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos