ନିଖୋଜ ବିମାନରେ ଆଧୁନିକ ଯନ୍ତ୍ରାଂଶ ଲାଗି ନଥିବାରୁ ଠାବ ହୋଇ ପାରୁନି

ନୂଆଦିଲ୍ଲୀ: ସୋମବାରଠାରୁ ମଝି ଆକାଶରେ ନି‌ଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ପତ୍ତା ଏଯାଏ ମିଳିପାରି ନାହିଁ। ଇତି ମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ହେଁ ବିମାନ ଏବଂ ଏହା ମଧ୍ୟରେ ଥିବା ୧୩ ଜଣ ଲୋକ କେଉଁଠି ଏବଂ କେମିତି ଅଛନ୍ତି, ସେକଥା କେହି ଜାଣିପାରୁନାହାନ୍ତି।  ବିମାନର ସନ୍ଧାନରେ ଇସ୍ରୋ ସ୍ୟାଟେଲାଇଟ୍‌, ଗୁଇନ୍ଦା ଜେଟ୍‌, ଯୁଦ୍ଧ ବିମାନ, ହେଲିକପ୍ଟର ଓ ସ୍ଥଳ ଭାଗରେ ସେନା ବାହିନୀ ଲାଗିଥିଲେ ହେଁ କେହି ସଫଳତା ପାଇ ନାହାନ୍ତି। […]

flight

flight

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 09:59 PM IST

Sports

Latest News

ନୂଆଦିଲ୍ଲୀ: ସୋମବାରଠାରୁ ମଝି ଆକାଶରେ ନି‌ଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ପତ୍ତା ଏଯାଏ ମିଳିପାରି ନାହିଁ। ଇତି ମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ହେଁ ବିମାନ ଏବଂ ଏହା ମଧ୍ୟରେ ଥିବା ୧୩ ଜଣ ଲୋକ କେଉଁଠି ଏବଂ କେମିତି ଅଛନ୍ତି, ସେକଥା କେହି ଜାଣିପାରୁନାହାନ୍ତି।  ବିମାନର ସନ୍ଧାନରେ ଇସ୍ରୋ ସ୍ୟାଟେଲାଇଟ୍‌, ଗୁଇନ୍ଦା ଜେଟ୍‌, ଯୁଦ୍ଧ ବିମାନ, ହେଲିକପ୍ଟର ଓ ସ୍ଥଳ ଭାଗରେ ସେନା ବାହିନୀ ଲାଗିଥିଲେ ହେଁ କେହି ସଫଳତା ପାଇ ନାହାନ୍ତି। ନିଖୋଜ ଏଏନ୍‌-୩୨ ବିମାନରେ କୌଣସି ଅତ୍ୟାଧୁନିକ ଯନ୍ତ୍ରାଂଶ ଯଥା -ଏଭିଓନିକ୍‌, ରାଡାର ଓ ଜରୁରୀକାଳୀନ ଲୋକେଟର ଟ୍ରାନ୍ସମିଟର(ଇଏଲ୍‌ଟି) ନାହିଁ। ତେଣୁ ଏହାକୁ ଉଦ୍ଧାରକାରୀ ଦଳ ଠାବ କରିପାରୁ ନାହାନ୍ତି ବୋଲି ଜଣାପଡ଼ିଛି।

ସେହିପରି ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ତେବେ ସେଠାରୁ ମଧ୍ୟ ବିମାନର କୌଣସି ଧ୍ୱଂସାବଶେଷ ମିଳିନାହିଁ। ବର୍ତ୍ତମାନ ସର୍ଚ୍ଚ ଅପରେସନର ମୂଳକେନ୍ଦ୍ର ‘ସମ୍ଭାବ୍ୟ କ୍ରାଶ ଜୋନ୍’ ମଧ୍ୟରେ ରହିଛି। ଆଲୋଙ୍ଗ-ପେୟୁଅମ-ଟାଟୋ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। କାରଣ ବିମାନଟି ଏହି ଅଞ୍ଚଳରେ ଉଡ଼ୁ ଥିବା ବେଳେ ସହ ଶେଷ ଥର ପାଇଁ ତା ସହ ଯୋଗାଯୋଗ କରାଯାଇଥିଲା। ଏହି ଅଞ୍ଚଳଟି ଅରୁଣାଚଳ ପ୍ରଦେଶର ପଶ୍ଚିମ ସିୟାଙ୍ଗ ଜିଲ୍ଲାରେ ରହିଛି, ଯାହା ଚାଇନା ସୀମାକୁ ଲାଗି ରହିଛି।

ସୋମବାର ମଧ୍ୟାହ୍ନ ୧୨.୧୫ରେ ରୁଷ ନିର୍ମିତ ଏଏନ୍‌- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଅପରାହ୍ନ ୧ଟାରେ ବିମାନଟି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ବିମାନରେ ବାୟୁସେନାର ୬ ଜଣ ବରିଷ୍ଠ ଅଧିକାରୀ ଏବଂ ୭ ଜଣ କର୍ମଚାରୀ ରହିଥିଲେ। ବିମାନ ନୋଖଜ ହେବା ପରେ ସି-୧୩୦ଜେ ହରକୁଲେସ୍‌ ଯୁଦ୍ଧବିମାନ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲା। ସେହିପରି ନୌସେନା ପକ୍ଷରୁ ପି-୮ଆଇ ଲଙ୍ଗ ରେଞ୍ଜ ଜାହଜ ଠାବକାରୀ ବିମାନ ମଧ୍ୟ ସନ୍ଧାନ କାର୍ଯ୍ୟରେ ସାମିଲ ହୋଇଥିଲା। ହେଲେ କାହାକୁ ବି ସଫଳତା ମିଳିନାହିଁ। ଏହାବାଦ୍‌ ଇସ୍ରୋ ସ୍ୟାଟେଲାଇଟ୍‌, ସୁଖୋଇ-୩୦ଓ ଏମଆଇ-୧୭ ବିମାନ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ।

ତେବେ ନିଖୋଜ ଏଏନ୍‌-୩୨ ବିମାନରେ ପୁରୁଣା ଯୁଗର "Sabre-8" ELT ଲାଗିଛି, ଯାହା ବିମାନଟି କେଉଁଠାରେ ରହିଛି, ତା’ର କୌଣସି ସୂଚନା ଦେଇପାରୁ ନାହିଁ। ଏବେ ବିମାନଗୁଡ଼ରେ ଅତ୍ୟାଧୁନିକ ଲୋକେଟର ଲାଗୁଛି। ଫଳରେ ଏଗୁଡ଼ିକ ରାଡାରରୁ ବାହାରି ଗଲେ ମଧ୍ୟ ଏହାର ଅବସ୍ଥିତି ସମ୍ପର୍କରେ ଜାଣି ହେଉଛି। ହେଲେ ନିଖୋଜ ଏଏନ୍‌-୩୨ରେ ସେଭଳି ବ୍ୟବସ୍ଥା ନାହିଁ। ଭାରତ ପାଖରେ ୧୦୦ଟି ଏଏନ୍‌-୩୨ ବିମାନ ରହିଛି। ଏଥି ମଧ୍ୟରୁ ୫୪ଟି ବିଭିନ୍ନ ପରିବହନ କାର୍ଯ୍ୟରେ ସାମିଲ ହେଉଛନ୍ତି।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ଆସୁଛି। ହେଲେ ସର୍ଚ୍ଚ ଅପରେସନ ଟିମ୍‌ ଏଯାଏ ବିମାନର ଧ୍ୱଂସାବଶେଷ ପାଇନାହାନ୍ତି। ଇସ୍ରୋ ପକ୍ଷରୁ ରିସ୍ୟାଟ୍‌ ରାଡାର ଇମେଜ୍‌ ସ୍ୟାଟେଲାଇଟ୍‌ ମଧ୍ୟ ନିୟୋଜିତ ହୋଇଛି। ତେବେ ଉତ୍ତର-ପୂର୍ବ ଭାରତରେ ପାଗ ମେଘୁଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ୟାଟେଲାଇଟ୍‌ ମଧ୍ୟ ଠିକ୍‌ ଭାବେ ଫଟୋ ଉତ୍ତୋଳନ କରିପାରୁ ନାହିଁ। ଖୁବ୍‌ଶୀଘ୍ର ବିମାନଟି ଠାବ ହେବ ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story