ବିରୁଷ୍କାଙ୍କୁ ଆଶୀର୍ବାଦ ଦେଲେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀର ହୋଟେଲ ତାଜ୍‌ରେ ଆରମ୍ଭ ହୋଇଯାଇଛି ବିରୁଷ୍କାଙ୍କ ଭବ୍ୟ ରିସେପସନ୍‌ ପାର୍ଟି। ବଡ଼ ବଡ଼ ହସ୍ତି ଏଥିରେ ସାମିଲ ହେବାକୁ ଲାଗିଛନ୍ତି। ଉଭୟ ବିରାଟ ଓ ଅନୁଷ୍କା ବହୁତ ସୁନ୍ଦର ଦିଶୁଛନ୍ତି। ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ବିରାଟ ଓ ଅନୁଷ୍କା ପାର୍ଟିରେ ବହୁତ ଆକର୍ଷଣୀୟ ଲାଗୁଛନ୍ତି। ବିରାଟଙ୍କ କୁର୍ତ୍ତାରେ ୧୮ କ୍ୟାରେଡର ସୁନା ବଟମ୍‌ ଲାଗିଛି। ସେହିପରି ଅନୁଷ୍କା ବନାରସୀ ଶାଢ଼ୀରେ ଚମକୁଛନ୍ତି। ପାର୍ଟି ଆରମ୍ଭରେ ନବ […]

viruska

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 10:51 PM IST

ନୂଆଦିଲ୍ଲୀ: ଦିଲ୍ଲୀର ହୋଟେଲ ତାଜ୍‌ରେ ଆରମ୍ଭ ହୋଇଯାଇଛି ବିରୁଷ୍କାଙ୍କ ଭବ୍ୟ ରିସେପସନ୍‌ ପାର୍ଟି। ବଡ଼ ବଡ଼ ହସ୍ତି ଏଥିରେ ସାମିଲ ହେବାକୁ ଲାଗିଛନ୍ତି। ଉଭୟ ବିରାଟ ଓ ଅନୁଷ୍କା ବହୁତ ସୁନ୍ଦର ଦିଶୁଛନ୍ତି। ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

ବିରାଟ ଓ ଅନୁଷ୍କା ପାର୍ଟିରେ ବହୁତ ଆକର୍ଷଣୀୟ ଲାଗୁଛନ୍ତି। ବିରାଟଙ୍କ କୁର୍ତ୍ତାରେ ୧୮ କ୍ୟାରେଡର ସୁନା ବଟମ୍‌ ଲାଗିଛି। ସେହିପରି ଅନୁଷ୍କା ବନାରସୀ ଶାଢ଼ୀରେ ଚମକୁଛନ୍ତି।

ପାର୍ଟି ଆରମ୍ଭରେ ନବ ଦମ୍ପତିଙ୍କୁ ପରିବାର ଲୋକେ ଶୁଭେଚ୍ଛା ଜଣାଇଥିଲେ। ରାତି ବଢ଼ିବା ସହ ପାର୍ଟିର ଆସର ଜମିବାରେ ଲାଗିଛି।

ସେହିପରି ୨୬ ଡିସେମ୍ବରରେ ମୁମ୍ବାଇରେ ମଧ୍ୟ ଏକ ଭବ୍ୟ ରିସେପସନ୍‌ ପାର୍ଟି ହେବ।ଶ୍ରୀଲଙ୍କା ସହ ଟି-୨୦ ମ୍ୟାଚ୍‌ ଚାଲିଥିବାରୁ ଭାରତୀୟ ଟିମ୍‌ ଦିଲ୍ଲୀ ପାର୍ଟିରେ ସାମିଲ ହେଉନାହାଁନ୍ତି।

Related story