ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନରେନ୍ଦ୍ର ମୋଦି ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ମୋଦିଙ୍କୁ ଶ୍ରୀ ମୁଖାର୍ଜୀ ସ୍ୱାଗତ କରିବା ସହ ନିଜ ହାତରେ ତାଙ୍କୁ ମିଠା ଖୁଆଇଥିଲେ। ଶ୍ରୀ ମୁଖାର୍ଜୀ ମିଠା ଖୁଆଉ ଥିବା ବେଳର ଫଟୋ ମୋଦି ନିଜେ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, “ପ୍ରଣବଦା’ଙ୍କୁ ଭେଟିବା ମୋତେ ସର୍ବଦା ଆନନ୍ଦ ଦେଇଥାଏ। ତାଙ୍କ ପାଖରେ ଥିବା ଜ୍ଞାନ ଓ ବୁଦ୍ଧି ଅତୁଳନୀୟ। […]

e

Hemant Lenka
  • Published: Tuesday, 28 May 2019
  • , Updated: 28 May 2019, 04:44 PM IST

ନୂଆଦିଲ୍ଲୀ: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନରେନ୍ଦ୍ର ମୋଦି ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ମୋଦିଙ୍କୁ ଶ୍ରୀ ମୁଖାର୍ଜୀ ସ୍ୱାଗତ କରିବା ସହ ନିଜ ହାତରେ ତାଙ୍କୁ ମିଠା ଖୁଆଇଥିଲେ।

ଶ୍ରୀ ମୁଖାର୍ଜୀ ମିଠା ଖୁଆଉ ଥିବା ବେଳର ଫଟୋ ମୋଦି ନିଜେ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, “ପ୍ରଣବଦା'ଙ୍କୁ ଭେଟିବା ମୋତେ ସର୍ବଦା ଆନନ୍ଦ ଦେଇଥାଏ। ତାଙ୍କ ପାଖରେ ଥିବା ଜ୍ଞାନ ଓ ବୁଦ୍ଧି ଅତୁଳନୀୟ। ସେ ଜଣେ ଷ୍ଟେଟସ୍‌ମ୍ୟାନ୍‌ ଓ ତାଙ୍କ ଅବଦାନ ଭାରତ ସର୍ବଦା ମନେ ରଖିବ। ଆଜି ତାଙ୍କୁ ଭେଟି ଆଶୀର୍ବାଦ ନେଇଛି।”

ମୋଦି ଓ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା। ମୋଦିଙ୍କ 'ସବ୍‌କା ସାଥ, ସବକା ବିକାଶ, ସବକା ବିଶ୍ୱାସ' ଭିଜନ୍‌କୁ ପ୍ରଣବ ମୁଖାର୍ଜୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

Related story