ପୁଟିନଙ୍କ ବିରୋଧରେ ବିକ୍ଷୋଭ; ଚୋର କହି ନାରାବାଜୀ କଲେ ବିକ୍ଷୋଭକାରୀ

ମୋସ୍କୋ: ଗତ ସୋମବାର ଋଷରେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପଦର ଅଧିକାରୀ ହେଲେ ଭ୍ଲାଦିମିର ପୁଟିନ୍‌। କିନ୍ତୁ ତା’ ପୂର୍ବରୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ତାଙ୍କ ସ୍ୱେଚ୍ଛାଚାରିତା ପ୍ରତିବାଦରେ ବିରୋଧୀଦଳ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ। ହଜାର ହଜାର ସଂଖ୍ୟାର ବିକ୍ଷୋଭକାରୀ ପୁଟିନ୍‌ଙ୍କ ବିରୋଧରେ ମୋସ୍କୋ ପୁଶ୍କିନ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୋଭାଯାତ୍ରାରେ ବାହାରିଥିଲେ। ପୋଲିସ ୧୦୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଶଂ ଲୋକ ବିରୋଧୀ ଦଳ […]

putin

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 04:57 PM IST

ମୋସ୍କୋ: ଗତ ସୋମବାର ଋଷରେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପଦର ଅଧିକାରୀ ହେଲେ ଭ୍ଲାଦିମିର ପୁଟିନ୍‌। କିନ୍ତୁ ତା’ ପୂର୍ବରୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ତାଙ୍କ ସ୍ୱେଚ୍ଛାଚାରିତା ପ୍ରତିବାଦରେ ବିରୋଧୀଦଳ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ। ହଜାର ହଜାର ସଂଖ୍ୟାର ବିକ୍ଷୋଭକାରୀ ପୁଟିନ୍‌ଙ୍କ ବିରୋଧରେ ମୋସ୍କୋ ପୁଶ୍କିନ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୋଭାଯାତ୍ରାରେ ବାହାରିଥିଲେ।

ପୋଲିସ ୧୦୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଶଂ ଲୋକ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କର ସମର୍ଥକ ବୋଲି ଜଣାପଡିଛି। ବିକ୍ଷୋଭକାରୀମାନେ ପୁଟିନ୍‌ ଜଣେ ଚୋର ଏବଂ ଋଷ ଆଜାଦ୍‌ ହେବାର ନାରା ଦେଉଥିଲେ। ଏପରି ସ୍ଥିତିର ମୁକାବିଲା କରି ଶେଷରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲଠିଚାର୍ଜ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ସୋଭିଏତ୍‌ ଋଷର ଏକଚ୍ଛତ୍ରବାଦୀ ଶାସକ ଯୋଶେଫ୍‌ ଷ୍ଟାଲିନ୍‌ଙ୍କ ପରେ ପୁଟିନ୍‌ ହେଉଛନ୍ତି ଏକମାତ୍ର ନେତା ଯେ କି ଅଦ୍ୟାବଧି ୧୮ବର୍ଷ ଶାସନ କରି ସାରିଲେଣି।

Related story