ସପାର ରୌପ୍ୟ ଜୟନ୍ତୀକୁ ଲାଲୁ ଓ ନୀତିଶଙ୍କୁ ଆମନ୍ତ୍ରଣ

ଲକ୍ଷ୍ନୌ: ୟୁପିରେ ଯାଦବ ପରିବାରରେ ଉଠିଥିବା ଝଡ଼ ଥିମିବାର ନାଁ ନେଉ ନ ଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ବିହାର ଦୁଇ ପ୍ରମୁଖ ନେତା ଲାଲୁ ପ୍ରସାଦ ଯାଦବ ଓ ମୁଖ୍ୟମନ୍ତ୍ରୀ  ନୀତିଶ କୁମାରଙ୍କୁ ନଭେମ୍ବର ୫ ତାରିଖରେ ଲକ୍ଷ୍ନୌ ଆସିବାକୁ ଆମନ୍ତ୍ରଣ କରିଛନ୍ତି। ସେହି ଦିନ ସମାଜବାଦୀ ପାର୍ଟି ତା’ର ରୌପ୍ୟ ଜୟନ୍ତୀ ପାଳନ କରିବ। ସେହି ଉତ୍ସବରେ ଯୋଗ ଦେବା ପାଇଁ ମୁଲାୟମ ଏହି ଦୁଇ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ତାଙ୍କ ନିମନ୍ତ୍ରଣକୁ ଲାଲୁ ଓ ନୀତିଶ ସ୍ୱୀକାର ମଧ୍ୟ କରିଛନ୍ତି। ତେବେ ଛଟ୍ ପର୍ବ ଯୋଗୁଁ ଦୁଇ ଜଣ ଯାକ ନେତା ଏହି ଉତ୍ସବରେ ଯୋଗ ଦେବେ କି ନାହିଁ ସେ ନେଇ ଟିକେ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି।

ଆଗକୁ ଉତ୍ତର ପ୍ରଦେଶ  ବିଧାନସଭା ନିର୍ବାଚନ ଅଛି। ଏଭଳି ଏକ ସମୟରେ ଯାଦବ ପରିବାରେ ମତାନ୍ତର ତୀବ୍ର ରୂପ ଧାରଣ କରିଥିବାରୁ ଏହାର ଫାଇଦା ବିଜେପି ଯେଭଳି ନେଇ ନ ପାରିବ ସେଥିପାଇଁ ମୁଲାୟମ ସିଂହ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ବୋଲି ଏହି ଆମନ୍ତ୍ରଣରୁ ଜଣାପଡୁଛି। ଲାଲୁ ଓ ନୀତିଶଙ୍କୁ ଆମନ୍ତ୍ରଣ କରି ମୁଲାୟମ ପୁଣି ଥରେ ପୁରୁଣା ସମାଜବାଦୀ ଚିନ୍ତାଧାରା ନେତାଙ୍କୁ ଏକାଠି କରିବାକୁ ଉଦ୍ୟମ କରିଛନ୍ତି।

ଆହୁରି ପଢ଼ନ୍ତୁ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ

ଏହି ୧୦ ରାଜ୍ୟକୁ କରୋନାକୁ ହରାଇ ପାରିଲେ ଭାରତ ଜତିବ ବୋଲି କହିଲେ ମୋଦି

ଗେହଲଟଙ୍କ ନିକମା ଶବ୍ଦରେ ଆଘାତ ପାଇଥିବା କହିଲେ ସଚିନ ପାଇଲଟ

ରୁଷ ବାହାର କଲା ପ୍ରଥମ କରୋନା ଟିକା, ପୁଟିନଙ୍କ ଝିଅଙ୍କୁ ଦିଆଗଲା

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ନୂଆ ଆଇନ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅକୁ ମିଳିବ ସମ୍ପତ୍ତିର ଭାଗ

ବର୍ଷକ ପରେ ଜମ୍ମୁ-କଶ୍ମୀରକୁ ଫେରିବ ୪ଜି ଇଣ୍ଟରନେଟ ସେବା

ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୫ ହଜାର ପାର, ଦିନକରେ ୮୭୧ ମୃତ

ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?