ମୁଲାୟମ ସିଂହ ଯାଦବଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମାଜବାଦୀ ପାର୍ଟି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଲାୟମଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କହିଛି। ଏଥିରେ କୁହାଯାଇଛି ଯେ “ସମାଜବାଦୀ ପାର୍ଟିର ପ୍ରତିଷ୍ଠା ଆଦରଣୀୟ ମୁଲାୟମ ସିଂହ ଯାଦବଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରରେ […]

fu

fu

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 10:43 PM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମାଜବାଦୀ ପାର୍ଟି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଲାୟମଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କହିଛି। ଏଥିରେ କୁହାଯାଇଛି ଯେ “ସମାଜବାଦୀ ପାର୍ଟିର ପ୍ରତିଷ୍ଠା ଆଦରଣୀୟ ମୁଲାୟମ ସିଂହ ଯାଦବଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନାହିଁ।”

ମୁଲାୟମ ସିଂହ ଯାଦବଙ୍କ ପୁଅ ଅଖିଲେଶ ଯାଦବ ମଧ୍ୟ ଟ୍ୱିଟ କରି ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି। ସେ କହିଛନ୍ତି, ମାନନୀୟ ନେତାଜୀଙ୍କ ଅବସ୍ଥା ସ୍ଥିର ରହିଛି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆମେ ସମସ୍ତେ ବରିଷ୍ଠ ଡାକ୍ତରମାନଙ୍କ ଯୋଗାଯୋଗରେ ରହିଛୁ ଓ ଆପଣମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ନିୟମିତ ସୂଚନା ଦେବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos